ନୂଆଦିଲ୍ଲୀ: ଆପଣମାନେ ସାଧାରଣତଃ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅନେକ ଦ୍ଵୀପ ବିଷୟରେ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଅଛନ୍ତି ମାତ୍ର ୨୦ ଜଣ ଲୋକ । ଏହାର ନାମ ଗ୍ରିମସି ଦ୍ୱୀପ । ଗ୍ରିମସି ଦ୍ୱୀପ ମାତ୍ର ୬.୫ ବର୍ଗ କିଲୋମିଟର ଉପରେ ବ୍ୟାପିଛି ଏବଂ ଆଇସଲ୍ୟାଣ୍ଡର ଉତ୍ତର ଉପକୂଳଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଦ୍ଵୀପ । ଏହା ହେଉଛି ଏକମାତ୍ର ଅଂଶ ଯାହା ଆର୍କଟିକ୍ ସର୍କଲ୍ ମଧ୍ୟରେ ପଡେ । ଏହି ଦ୍ଵୀପରେ କୌଣସି ଡାକ୍ତରଖାନା କି ପୋଲିସ ଷ୍ଟେସନ ନାହିଁ। ତିନି ସପ୍ତାହରେ ଥରେ ଜଣେ ଡାକ୍ତର ବିମାନରେ ଆସି ଏଠାକାର ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରିଥାନ୍ତି।
ଦ୍ୱୀପରେ ରହୁଥିବା ଲୋକମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିପରି ମୁକାବିଲା କରିବେ ସେନେଇ ତାଲିମ ଦେଇଥାନ୍ତି ତଟରକ୍ଷୀ ବାହିନୀ । ଏହି ଦ୍ୱୀପରେ ଗୋଟେ ରେଷ୍ଟୁରାଣ୍ଟ, ବାର୍, ସୁଇମିଂ ପୁଲ୍, ଲାଇବ୍ରେରୀ, ଚର୍ଚ୍ଚ ଏବଂ ଏକ ଏୟାରଷ୍ଟ୍ରିପ୍ ଅଛି । ଏହା ବ୍ୟତୀତ ଏକ ଗ୍ରୋସରୀ ଦୋକାନ ମଧ୍ୟ ଅଛି, ଯାହା ଦିନକୁ ମାତ୍ର ଏକ ଘଣ୍ଟା ପାଇଁ ଖୋଲାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗ୍ରିମସି ଦ୍ୱୀପରେ ଆଜି ପର୍ଯ୍ୟନ୍ତ କୌଣସି ବିଦ୍ୟୁତ୍ ଲାଇନ ନାହିଁ । ସମଗ୍ର ଦ୍ୱୀପ ଡିଜେଲ ଜେନେରେଟରରେ ଚାଲିଥାଏ ।
ପାଣିପାଗ ଏବଂ ସାମୁଦ୍ରିକ ପକ୍ଷୀମାନଙ୍କ ଦୃଷ୍ଟିରୁ ଏହି ଦ୍ୱୀପ ସବୁଠାରୁ ସୁନ୍ଦର ଦ୍ଵୀପ । ଏଠାରେ ଋତୁର ପ୍ରଭାବ ମଧ୍ୟ ସବୁଠାରୁ ଭିନ୍ନ । ଏଠାରେ ଲକ୍ଷ ଲକ୍ଷ ସମୁଦ୍ର ପକ୍ଷୀ ଦେଖିବାକୁ ମିଳନ୍ତି । ରିପୋର୍ଟ ଅନୁଯାୟୀ, ଏଠାରେ ପ୍ରତି ବ୍ୟକ୍ତିଙ୍କ ପାଖରେ ୫୦ ହଜାର ପକ୍ଷୀ ଅଛନ୍ତି। ବିଭିନ୍ନ ସମୟରେ ଅଧିକାଂଶ ଲୋକ ଏଠାକୁ ଏହାର ପ୍ରାକୃତିକ ଦୃଶ୍ୟ ଏବଂ ସମୁଦ୍ର ପକ୍ଷୀ ଦେଖିବାକୁ ଆସିଥାନ୍ତି ।
Comments are closed.