Latest Odisha News

BREAKING NEWS

Dowry: ବାହାଘର ଏମିତି ବି!, ଯୌତୁକରେ ମିଳିଲା ପେଟ୍ରୋଲ୍ ପମ୍ପ ସାଙ୍ଗକୁ କୋଟି କୋଟି ଟଙ୍କା…ଏତିକିରେ ସରିନି…..

ଲକ୍ଷ୍ନୌ: ଯୌତୁକ, ନେବା କିମ୍ବା ଦେବା ଉଭୟ ଦଣ୍ଡନୀୟ ଅପରାଧ । କିନ୍ତୁ ଆଜି ସମାଜରେ ବି ଏହାର ଦବବଦା ରହିଛି । ବିନା ଯୌତୁକରେ ବୋହୂଟିଏ ଅଗ୍ରହଣୀୟ । ଅବଶ୍ୟ ହଁ, ଏହା ନେବାର ଏବେ ପନ୍ଥା ବଦଳିଯାଇଛି । ଯେମିତି, କନ୍ୟାର ପିତା ପଚାରିଲେ, ଯୌତୁକରେ କ’ଣ ନେବେ?, କିନ୍ତୁ ବର ପିତା ସଙ୍ଗା ସଙ୍ଗେ ମନା କରି… ଆପଣ ଝିଅକୁ ଯାହା ଦେବେ… କିନ୍ତୁ ଏହି ‘ଯାହା’ ଭିତରେ ହିଁ ସବୁକିଛି ଥାଏ….ନଦେଲେ ମହାଭାରତ । ଆଉ କିଛି ସ୍ଥାନରେ ଏହା ଏକ ଡିଲ୍ ଭଳି ମଧ୍ୟ ନବାଦବା ଛିଡାଯାଏ । କିଛି କିଛି ସ୍ଥାନରେ କନ୍ୟା ପିତା ସ୍ବହସ୍ତରେ ବରଙ୍କୁ ଦାନ କରିଥାନ୍ତି । କିନ୍ତୁ ଏବେ ବିବାହରେ ବର ଯୌତୁକ ପାଇବାର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଶ୍ଚର୍ଯ୍ୟ ଠାରୁ ବେଶୀ ସ୍ବପ୍ନ… କାସ୍ ସେ ବର ସ୍ଥାନରେ ମୁଁ ଥାଆନ୍ତି…..। ଯେଉଁଥିରେ ବର ପାଇଥିବା ବିପୁଳ ଯୌତୁକର ଏହି ଖବର ସୋସିଆଲ ମିଡିଆରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତେବେ ଭିଡିଓଟି ହେଉଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହରର । ସେଠାରେ ଏକ ବିବାହରେ ଜଣେ ବରଙ୍କୁ ଯୌତୁକରେ ଯାହା ମିଳିଛି, ତାହା ଆପଣଙ୍କୁ ବି ଟେରା କରିଦେବ । ଭିଡିଓରେ ଦେଖାଯାଉଛି ଯେ ବରକୁ ଯୌତୁକରେ ୨୧୦ ବିଘା ଅର୍ଥାତ୍ ୬୯ ଏକରରୁ ଅଧିକ ଜମି, ଏକ ପେଟ୍ରୋଲ ପମ୍ପ ଏବଂ ୧୫ କୋଟି ୬୫ ଲକ୍ଷ ଟଙ୍କା ନଗଦ, ୩ କିଲୋ ରୂପା ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

 

ଭାଇରାଲ ହେଉଥିବା ଏହି ଭିଡିଓଟି ଦେଢ଼ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏହି ଭିଡିଓକୁ @Shizukahuji ର ପୂର୍ବତନ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହା ଉପରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆରେଞ୍ଜଡ୍ ମ୍ୟାରେଜରେ କେବଳ ଟଙ୍କା ଅଛି। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମୁଁ କେବଳ ଚିନ୍ତା କରୁଛି ଯେ ଏହି ବରର ପ୍ରୋଫାଇଲ୍ କ’ଣ? ତୃତୀୟ ଜଣକ ଲେଖିଛନ୍ତି, ମାରୱାଡିମାନଙ୍କ ମଧ୍ୟରେ ବିବାହ ଏହିପରି ହୁଏ । ଚତୁର୍ଥ ଜଣକ ଲେଖିଛନ୍ତି, ଏପରି ମନେ ହେଉଛି ଯେ ଏହି ଭିଡିଓ ଏପର୍ଯ୍ୟନ୍ତ ସରକାରଙ୍କ ନଜରକୁ ଆସିନାହିଁ’। ଅନେକ ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ସରକାର ଜାଣିବେ, ତେବେ ସେମାନଙ୍କ ଉପରେ ଏତେ ଟିକସ ଲାଗୁ କରାଯିବ ଯେ ସେମାନେ କୌଣସି ପଇସା ପାଇବେ ନାହିଁ’। ସେହି ସମୟରେ, ଅନେକ ବ୍ୟବହାରକାରୀ ଅଛନ୍ତି ଯାହାଙ୍କ ଆଖି ଏହି ଭିଡିଓ ଦେଖିବା ପରେ ଖୋଲିଯାଇଛି ।

 

Comments are closed.