Latest Odisha News

ବିବାହ ପାଇଁ ଦରକାର ରିଲ୍ସ ପାର୍ଟନର

ନୂଆଦିଲ୍ଳୀ: ଆଜିକାଲିର ଡ଼ିଜିଟାଲ ଦୁନିଆରେ ଆଉ ନୂଆ କଥା କିଛି ନାହିଁ । ଏଠାରେ ସବୁ କିଛି ସମ୍ଭବ । ଯାହା ଆପଣ କେବେ ଭାବି ନଥିବେ, ସେସବୁ ଦେଖିବାକୁ ମିଳୁଛି । ଏବେ ରିଲ୍ସର ସମୟ ଚାଲିଥିବାରୁ ଲୋକେ ନିଜର ଭିୟୁ ବଢ଼ାଇବାକୁ କୌଣସି ବି ଉପାୟ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି । ଆଜିକାଲି ଲୋକେ ନିଜର ଜୀବନ ସାଥୀ ଖୋଜିବା ବେଳେ ବି ନିଜ ରିଲ୍ସ ଓ ଭିୟୁ ଉପରେ ଗୁରୁତ୍ୱ ଦେଉଛନ୍ତି । ଜୀବନ ସାଥୀ ଭାବେ କେହି ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଖୋଜିବା କଥା ହୁଏତ ଆପଣ ପୂର୍ବରୁ କେବେ ଦେଖି ନଥିବେ । ଏବେ ଖବରକାଗଜରେ ସେପରି ଏକ ବିଜ୍ଞାପନ ଦେଖାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରିୟା ନାମକ ଜଣେ ଯୁବତୀ ନିଜ ପାଇଁ ଜଣେ ଜୀବନସାଥୀ ଖୋଜୁଛନ୍ତି । ସେଥିଲାଗି ସେ ରିଲ୍ସ ପାର୍ଟନର ଖୋଜୁଛନ୍ତି । ବିବାହ ପାଇଁ ଦେଇଥିବା ବିଜ୍ଞାପନରେ ସେ ଏହି କଥାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । କାରଣ ତାଙ୍କ ଭବିଷ୍ୟତ ବର ପାଇଁ ବିଜ୍ଞାପନରେ ସେ ଚାହୁଁଥିବା କଥା ସବୁ ଅଦ୍ଭୁତ ଥିଲା । ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ସେ ଜଣେ ସାଥୀ ଖୋଜୁଛନ୍ତି । ଯିଏକି କ୍ୟାମେରା ସାମ୍ନାରେ ସହଜ ଅନୁଭବ କରୁଥିବେ । ଯାହାଫଳରେ ଭବିଷ୍ୟତରେ ସେ ତାଙ୍କ ସହ ମିଶି ରିଲ୍ସ ବନାଇ ପାରିବେ । ଆହୁରି ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଜୀବନ ସାଥୀ ପ୍ରିମିୟର ପ୍ରୋ ଜାଣିଥିବା ଦରକାର । ଫଳରେ ସେ ଯେପରି ଭବିଷ୍ୟତରେ ଯୁବତୀଙ୍କୁ ରିଲ୍ସ ଓ ପୋଷ୍ଟ୍‌କୁ ଏଡିଟ୍ କରିପାରିବେ । ଏହି ବିଜ୍ଞାପନ ତୁରନ୍ତ ଭାଇରାଲ ହୋଇ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Comments are closed.