ଭୁବନେଶ୍ୱର: ଖରାଦିନ ଆସିଲେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଣିର ଉକ୍ରଟ ସମସ୍ୟା ଦେଖିବାକୁ ମିଳେ । ହେଲେ ଆଜି ବିଶ୍ୱ ଜଳ ଦିବସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣମାନେ ମୁଣ୍ଡରେ ହାତ ଦେବେ । ଆମେ ଯେଉଁ ଘଟଣା କଥା କହୁଛୁ ତାହା ଆଶ୍ଚର୍ଯ୍ୟ ଲାଗିଲେବି ଘଟଣାଟି ସତ । କୌଣସି ଅପହଞ୍ଚ ଇଲାକାର ଘଟଣା ନୁହେଁ । ଏହା ରାଜଧାନୀର ଘଟଣା । ରାଜଧାନୀରେ ଜଳ ସଙ୍କଟ । କଥାଟି ଶୁଣିବାକୁ ଅଜବ ଲାଗୁଥାଇପାରେ । ହେଲେ ଘଟଣାଟି ସତ । ପୂର୍ବରୁ କୂପ ଓ ନଳକୂପ ଉପରେ ନିର୍ଭର କରି ବର୍ଷ ତମାମ ଲୋକେ ପାନୀୟ ଜଳ କଷ୍ଟରୁ ମୁକ୍ତି ପାଉଥିଲେ। ହେଲେ ଏବେ ଭୂତଳ ଜଳ ହ୍ରାସ ପାଇଚାଲିଥିବାରୁ ବିଭିନ୍ନ ସ୍ଥାନରେ ଏବେ ଜଳ ସଙ୍କଟ ଦେଖୁଯିବାର ଆଶଙ୍କା ବଢ଼ିଲାଣି ଜ୍ଝ ଫଳରେ ଭୂତଳ ଜଳହ୍ରାସ ପାଇବା ସହ ଦିନକୁ ଦିନ ଅଧିକ ମାତ୍ରାରେ ଜଳ ଉତ୍ତୋଳନକୁ ନେଇ ଜଳବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।
ରାଜଧାନୀରେ ସହରୀକରଣ, ପ୍ରାକୃତିକ ଜଳାଶୟ ବନ୍ଦ, ଅତ୍ୟାଧ୍ୟାକ ବୋରୱେଲ ଖନନ ଆଦି କାରଣରୁ ସେମିକ୍ରିଟିକାଲରୁ କ୍ରିଟିକାଲ ମୁହାଁ ହେଉଛି ଭୂତଳ ଜଳସ୍ତର। ବିଶେଷ କରି ପାତ୍ରପଡ଼ା, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ସତ୍ୟ ନଗର, ସହିଦ ନଗର, ମଞ୍ଚେଶ୍ଵର, ହଂସପାଳ, ପାହାଳ ଭଳି ଅନେକ ସ୍ଥାନରେ ଭୂତଳ ଜଳସ୍ତର ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି।
ସହରରେ ଜନସଂଖ୍ୟା ପାଖାପାଖି ୧୩ ରୁ ୧୫ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପ୍ରତିଦିନ ୪୨୦ ରୁ ୪୫୦ ମିଲିୟନ ଲିଟର ଜଳ ଆବଶ୍ୟକ । ଭୁବନେଶ୍ବରରେ ବାର୍ଷିକ ଶତକଡ଼ା ୮୮.୬୬ ଭାଗ ଭୂତଳ ଜଳ ବିଭିନ୍ନ କାରଣରୁ ଉତ୍ତୋଳନ ହେଉଛି। ଆଉ ଅଳ୍ପ କିଛି ବର୍ଷ ପରେ ଏହା ଶତକଡ଼ା ୯୦ ଭାଗକୁ ଡ଼େଇଁଲେ ସଙ୍ଗଟାପର୍ଣ୍ଣ ଦେଖାଦବ ବୋଲି ଭାରତୀୟଜଳ ପରିଚାଳନା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ଼. ପ୍ରମୋଦ କୁମାର ପଣ୍ଡା କହିଛନ୍ତି।
ଯଦି ଏବେଠାରୁ ଏହି ଭୂତଳ ଜଳ ସମସ୍ୟା ପାଇଁ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସ୍ତରରେ ଜଳକୁ ଅପଚୟ ନକରିବା ଓ ଯେତିକି ଜଳ ଅବଶ୍ୟକ ସେତିକି ଜଳକୁ ବ୍ୟବହାର କରିବା ପାଇଁ ଅତ୍ୟାଧିକ ମାତ୍ରାରେ ସଚେତନତା କରିପାରିବା ତେବେ ଭୂତଳ ଜଳ ସମସ୍ୟା କିଛି ମାତ୍ରାରେ କମିପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
BREAKING NEWS
- ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ପୂନର୍ବାର ସାମ୍ନା ସାମ୍ନି ହୋଇପାରନ୍ତି ଭାରତ-ପାକିସ୍ତାନ
- Elephant attack: ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମାଆ-ଝିଅଙ୍କୁ ଦଳିଦେଲା ହାତୀ
- ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ
- ଶୁଭାରମ୍ଭ ହେଲା WhatsApp ଚାଟ୍ବଟ୍ ‘ସହଜ’, ଏବେ ଘରେ ବସି ଅଭିଯୋଗ ଜଣାଇପାରିବେ..
- ଐତିହାସିକ ପଦକ୍ଷେପ: ୫୦୦୦ ମିଶନ ଶକ୍ତି ମହିଳାଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣର ଶୁଭାରମ୍ଭ
- Justice Yashwant Varma resigned: ଶେଷରେ ଇସ୍ତଫା ଦେଲେ ଜଷ୍ଟିସ୍ ଯଶୋବନ୍ତ ବର୍ମା
- ମେ’ ୯ ପର୍ଯ୍ୟନ୍ତ ବଢିଲା ଓଟିଇଟି ଆବେଦନ ସମୟ ସୀମା…
- Valid Age Proof In Ama Bus: ଟିକେଟ ମୂଲ୍ୟରେ ରିହାତି ପାଇଁ, ବରିଷ୍ଠ ନାଗରିକ ନିହାତି ଦେଖାଇବେ ବୟସ ପ୍ରମାଣ ପତ୍ର
- ବବି ଦାସଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି ଥାନାରେ ଏତଲା ଦେଲା ଜଗନ୍ନାଥ ସେନା
- Aparajita Sarangi’s letter in BBSR Metro Rail project:ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ; ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଢଙ୍ଗୀ
Comments are closed.