Latest Odisha News

BREAKING NEWS

Nayagarh Jail Clash: ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ;ଜେଲ୍‌ ଅଧିକ୍ଷକ ଆହତ

ନୟାଗଡ଼: ଜିଲ୍ଲା କାରାଗାରରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜେଲ୍ ଅଧିକ୍ଷକଙ୍କ ସହ ଜେଲ୍‌ କର୍ମଚାରୀ ଓ କଏଦୀ ଆହତ ହୋଇଥିବା ସୂଚନା ରହିଛି ।

ସୂଚନାଥାଉକି, କଏଦୀଙ୍କ ମଧ୍ୟରେ ସଂଘର୍ଷ ଅଟକାଇବାକୁ ଚେଷ୍ଟା କରିଥିଲେ ଜେଲ୍‌ ଅଧିକ୍ଷକ ଓ କର୍ମଚାରୀ । ସେହି ସମୟରେ ଜେଲ୍‌ ଅଧିକ୍ଷକଙ୍କ ସହ ୪ ଓ୍ବାଡର୍‌ ଆହତ ହୋଇଛନ୍ତି । ଏଥିସହ ୫ଜଣ କଏଦୀ ମଧ୍ୟ ଆହତ ହୋଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ସଦର ଥାନାରେ ୩୫ ଜଣ କଏଦୀଙ୍କ ନାଁରେ ଏତଲା ଦିଆଯାଇଛି । ସଦର ଥାନା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି ।

 

Comments are closed.