Latest Odisha News

ଝାରସୁଗୁଡା ସହର ଭିତରେ ପଶିଲେ ହାତୀପଲ, ରାତିରେ ବଜାର ବୁଲିଲେ

ଝାରସୁଗୁଡ଼ା:ସହର ଭତରକୁ ପଶି ଆସିଲେ ହାତୀପଲ । ସାରା ରାତି ବୁଲିଲେ । ଗୋଟିଏ ବା ଦୁଇଟି ନୁହଁନ୍ତି । ପୁରା ୧୨ଟି ହାତୀ । ଅନ୍ଧାର ରାତିର ଶୂନଶାନ ସଡକରେ ଯେମିତି ରାଜ କରୁଥିଲେ । ଲୋକେ ଜଣିବା ପରେ ଭୟରେ କବାଟ କିଳି ଲୁଚି ରହିଥିଲେ । ଏ ଦୃଶ୍ୟ ଥିଲା ଝାରସୁୁଗୁଡା ସହରର ।

ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ସହରରେ ବୁଲୁଥିଲେ ୧୨ଟିକିଆ ହାତୀ ପଲ।  ଏତେ ସଂଖ୍ୟକ ହାତୀଙ୍କୁ ସହର ଭିତରେ ଦେଖି ସହରବାସୀଙ୍କ ନିଦ ହଜି ଯାଇଥିଲା। ଭୟଭୀତ ହୋଇଯାଇଥିଲେ । ଖବର ପାଇ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ। ପୁଲିସ୍ ସହାୟତାରେ ସହରବାସୀ ହାତୀଙ୍କୁ ଘଉଡ଼ାଇଥିଲେ।

ଖାଦ୍ୟ ଅନ୍ୱେଷଣଣେ ଏହି ହାତୀ ପଲ ସହର ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି। ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ ଶନବାର ବିଳମ୍ବିତ ରାତିରେ ଏହି ହାତୀପଲ ଝାରସୁଗୁଡ଼ା ଟାଉନ ଭିତରକୁ ପଶିସିଥିଲେ । ସେମାନେ ମଙ୍ଗଳ ବଜାର ହସପିଟାଲ ପାଖରେ ଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ଏହି ହାତୀ ପଲକୁ ଘଉଡାଇଥିଲେ।

ଏବେ ଏହି ହାତୀ ପଲ ମଙ୍ଗଲବଜାର, ମୁଙ୍ଗାପଡା, ସରବାହାଲ ଓ ବୃନ୍ଦାମାଲ ରାସ୍ତା ଦେଇ ବୁର୍ଖାମୁଣ୍ଡାର ଗ୍ରାମ୍ୟ ଜଙ୍ଗଲରେ ପ୍ରବେଶ କରିଥିବା ଜଣାପଡିଛି ।

 

Comments are closed.