Latest Odisha News

ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସାଇକେଲ ଦୋକାନରେ ଚଢାଉ

ବରଗଡ: ବରଗଡରେ ଜିଏସଟି ବିଭାଗର ଚଢ଼ାଉ l ଜିଏସଟି ଫାଙ୍କୁଥିବା ଅଭିଯୋଗରେ ବରଗଡ ଜିଏସଟି ବିଭାଗ ପକ୍ଷରୁ ଟାଉନ ଥାନା ଛକରେ ଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ ଚଢ଼ାଉ ହୋଇଛି l ଦୋକାନ ସହ ରେଲୱେ ଷ୍ଟେସନରେ ଥିବା ଗୋଦାମ ଓ ଘରେ ଏକକାଳୀନ ଚଢ଼ାଉ ଚାଲିଛି l

ତେବେ ଟିକସ ଫଙ୍କୁଥିବାରୁ ସାଇକେଲ ଦୋକାନରୁ ବହୁ ମୂଲ୍ୟବାନ କାଗଜ ପତ୍ର ଓ ଫାଇଲ ଜିଏସଟି ବିଭାଗ ଜବତ କରିଛି l ବର୍ତ୍ତମାନ ଚଢାଉ ଚାଲିଥିବା ବେଳେ କେତେ ଟଙ୍କା ଫାଙ୍କିଛନ୍ତି ତାହା ଆଗକୁ ଜଣା ପଡ଼ିବ ବୋଲି କହିଛନ୍ତି ଜିଏସଟି ବିଭାଗର ଅଧିକାରୀ l

 

Comments are closed.