Latest Odisha News

BREAKING NEWS

ସାଈ ସୁଦର୍ଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସାଈ ସୁଦର୍ଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟାନ୍ସ ୮ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରିତୁରାଜ ଗାଏକ୍ୱାଟ ୬୦ ବଲରୁ ୭୪ ରନ କରିବା ଯୋଗୁ ଦଳ ୭ ୱିକେଟ ବିନିମୟରେ ୧୫୮ ରନ କରିଥିଲା । କାଗିସୋ ରାବାଡା ୩ଟି ଓ ଅର୍ଶାଦ ଖାଁ ୨ଟି ୱିକେଟ ନେଇଥିଲେ ।

ଜବାବରେ ଗୁଜରାଟ ୧୬.୪ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସୁଦର୍ଶନ ୪୬ ବଲରୁ ୮୭ ରନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜୋସ ବଟଲର ୩୯ ଓ ୱାଶିଂଟନ ସୁନ୍ଦର ୧ ରନ କରି ଅପରାଜିତ ରହିଥିଲେ । ଅଧିନାୟକ ଶୁଭମନ ଗିଲ ୩୩ ରନର ଉପଯୋଗୀ ଇନିଂସ ଖେଳିଥିଲେ । ପରାଜୟ ସହ ଚେନ୍ନାଇ ୮ ମ୍ୟାଚରୁ ୬ ପଂଏଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି । ଗୁଜରାଟ ୮ ମ୍ୟାଚରୁ ୮ ପଂଏଟ ପାଇ ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ସୁଦର୍ଶନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.