Latest Odisha News

ବିଧାନସଭାରେ ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ଵର: ଦିଂବଗତ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କୁ ବିଧାନସଭା ପରିସରରେ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ବିଧାନସଭା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଗତକାଲି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଦୀର୍ଘ ଦିନ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ୬୬ ବର୍ଷ ବୟସରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

କେନ୍ଦ୍ରାପଡ଼ା କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଦେବେନ୍ଦ୍ର ଶର୍ମା । ଛାତ୍ର ଜୀବନରୁ ରାଜନୀତି କରି ଜନତା ଦଳରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସରେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ। ପରେ ୨୦୧୪ରୁ ୨୦୧୯ ଆଳି ବିଧାୟକ ରହିଥିଲେ। ସେ ଦୀର୍ଘ ୧୦ ବର୍ଷଧରି କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସଭାପତି ରହି ସଂଗଠନକୁ ସୁଦୃଢ କରିଥିଲେ। କଂଗ୍ରେସର ଦୃଢ଼ ସଙ୍ଗଠକ ଥିବା ଦେବେନ୍ଦ୍ର ଅସୁସ୍ଥତା କାରଣରୁ ଗତ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ । ଦେବେନ୍ଦ୍ରଙ୍କ ବଦଳରେ ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିଥିଲା ଦଳ ।

Leave A Reply

Your email address will not be published.