ଭୁବନେଶ୍ବର:ପ୍ରାକୃତିକ ସୌନ୍ଦଯ୍ୟରେ ଭରପୂର ସ୍ଥାନ ଗୁଦଗୁଦା । ଏହା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜଙ୍ଗଲ ଭିତରେ ରହିଛି ଏହି ଜଳପ୍ରପାତ । ପଡୋଶୀ ଦେବଗଡ, ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ନିଜର ବ୍ୟସ୍ତ ବହୁଳ ଜୀବନରୁ ସାମୟିକ ବିରତି ପାଇଁ ସ୍ଥାନଟି ଅତ୍ୟନ୍ତ ମନୋରମ । ସମ୍ବଲପୁର ଆସିଲେ ଥରେ ଗୁଦଗୁଦା ଜଳପ୍ରପାତ ନିଶ୍ଚୟ ବୁଲିକି ଆସନ୍ତୁ ।
ପିକନିକ୍ ସ୍ପଟରେ ଜଳପ୍ରପାତ ସହ ପ୍ରାକୃତିକ ପରିବେଶ ଯୋଗୁଁ ଶୀତଋତୁ ଆସିଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଲାଗେ। ପର୍ଯ୍ୟଟନ ସ୍ଥଳୀକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ଉଚ୍ଚ ଉଚ୍ଚ
ଗଛ ସବୁ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ଏହା ସହ ପର୍ଯ୍ୟଟକ ଝରଣାରେ ଗାଧେଇବାର ମଜା ନିଅନ୍ତି । ପାହାଡ ଓ ଜଙ୍ଘଲ ଘେରା ଅଞ୍ଚଳ ହୋଇଥିବାରୁ ବନ୍ୟଜନ୍ତୁଙ୍କ ଭୟ ସବୁବେଳେ ଲାଗି ରହିଥାଏ ତେଣୁ ଦିନରେ ହିଁ ବୁଲାବୁଲି କରନ୍ତୁ । ବଣ ଭୋଜି ପାଇଁ ରହିଛି ଛୋଟବଡ଼ ଅନେକ ପିଣ୍ଡି। ଏଠାରେ ଉଭୟ ନିରାମିଷ ଓ ଆମିଷ ଦେଶୀ ଖାଦ୍ୟ ରାନ୍ଧି ଖାଇ ପାରିବେ । ପର୍ଯ୍ୟଟକମାନେ
ଏଠାରେ ଦେଶୀଖାଦ୍ୟର ବେଶ ମଜା ନେଇ ପାରିବେ।
କିପରି ଯିବେ?
ଗୁଦଗୁଦା ଜଳପ୍ରପାତ ଯିବାକୁ ହେଲେ ଦୁଇ ଚକିଆ ଓ ଚାରି ଚକିଆ ଗାଡିରେ ଯିବାକୁ ପଡ଼ିବ। ସମ୍ବଲପୁରଠାରୁ ଗୁଦଗୁଦା ଜଳ ପ୍ରପାତର ଦୂରତା ପ୍ରାୟ ୯୮ କିଲୋମିଟର। ସମ୍ବଲପୁର ବସ୍ ଷ୍ଟାଣ୍ଡ୍ କିମ୍ବା ରେଳଷ୍ଟେସନ୍ ଠାରୁ ଅଟୋ କିମ୍ବା ଟ୍ୟାକ୍ସରେ କୁଚିଣ୍ଡା ପର୍ଯ୍ୟନ୍ତ ଯିବାକୁ ପଡିବ ।
ଝାରସୁଗୁଡା ପଟୁ ଗଲେ ପ୍ରଥମେ କୋଲବିରା ପହଞ୍ଚିବାକୁ ପଡେ । ତାପରେ କୋଲବିରାରୁ କୁଚିଣ୍ଡା ରାସ୍ତା ଦେଇ କୁଚିଣ୍ଡା ସହରରେ ପହଞ୍ଚିବେ।
Comments are closed.