Latest Odisha News

BREAKING NEWS

ଉଭୟ ସରକାରୀ ଓ ଘରୋଇ ହସପିଟାଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ଘରୋଇ ହସପିଟାଲ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ହସପିଟାଲ ଯେପରି ହଟସ୍ପଟ ନପାଲଟିବ, ତାଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ସମସ୍ତ ଡାକ୍ତରଖାନାରେ ଅଲଗା ଜ୍ବର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରତିଦିନି ହସପିଟାଲକୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖାଲି ସେତିକି ନୁହେଁ, ହସପିଟାଲରେ ଆବଶ୍ୟକ ପରିମାଣର ସାନିଟାଇଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦି ଡାକ୍ତରଖାନାର କୌଣସି ବିଭାଗରୁ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ଏହାକୁ ତୁରନ୍ତ ବନ୍ଦ କରାଯିବ । ଏହି ବିଭାଗରେ ଥିବା ଅନ୍ୟ ରୋଗୀଙ୍କୁ ସ୍ଥାନାନ୍ତର କରାଯିବ । ସେହିପରି ରୋଗୀ ସେବାରେ ଯେପରି କୌଣସି ସମସ୍ୟା ଦେଖା ନଯାଏ ତାଉପରେ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି ।

Leave A Reply

Your email address will not be published.