Latest Odisha News

BREAKING NEWS

ଶେଷ ଓଭରରେ ମୋହିତଙ୍କ କମାଲ, ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶନିବାର ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୬୬ ଓ ରିଦ୍ଧିମାନ ଶାହ ୪୭ ରନର ଇନିଂସ ଖେଳିଥିଲେ । ମାର୍କସ ଷ୍ଟୋଇନିସ ଓ କୃଣାଳ ପାଣ୍ଡ୍ୟା ୨ଟି ଲେଖାଁଏ ୱିକେଟ ନେଇଥିଲେ । ୧୩୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୨ ୱିକେଟ ବିନିମୟରେ ୧୦୬ ରନ ସଂଗ୍ରହ କରି ଏକଦା ସୁବିଧାଜନକ ସ୍ଥିତିରେ ରହିଥିଲା । ଶେଷ ଓଭରରେ ଦଳ ବିଜୟ ପାଇଁ ୧୨ ରନ ଆବଶ୍ୟକ କରୁଥିବା ବେଳେ ମୋହିତ ୨ଟି ୱିକେଟ ହାସଲ କରିଥିବା ବେଳେ ରନଆଉଟରେ ୨ ଜଣ ପ୍ୟାଭିଲିୟନ ଫେରି ଯାଇଥିଲେ ।

ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ବିନିମୟରେ ୧୨୮ ରନ କରିବାକୁ ସକ୍ଷମ ହୋଇଥିଲା । କେଏଲ ରାହୁଲ ସର୍ବାଧିକ ୬୮ ରନ ସଂଗ୍ରହ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ମୋହିତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ନୂର ଅହମ୍ମଦ ମଧ୍ୟ ଦଳ ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହାସଲ କରିଥିଲେ । ଗୁଜରାଟ ବିଜୟ ସହ ୬ ମ୍ୟାଚରୁ ୮ ପଂଏଟ ଏବଂ ଲକ୍ଷ୍ନୌ ୭ ମ୍ୟାଚରୁ ୮ ପଂଏଟ ହାସଲ କରିଛି ।

Leave A Reply

Your email address will not be published.