Latest Odisha News

BREAKING NEWS

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କ୍ୱାରେଂଟାଇନରେ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଜଣେ କରୋନା ସଂକ୍ରମିତ ବିଧାୟକଙ୍କ ସହ ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ କ୍ୱାରେଂଟାଇନରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ଖବର ଅନୁସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସେକ୍ରେଟେରୀ ଅଶ୍ୱୀନ କୁମାର କହିଛନ୍ତି ।  ସ୍ଥାନୀୟ କଂଗ୍ରେସ ବିଧାୟକ ଇମରାନ୍ ଖୋଡଓ୍ବୋଲାଙ୍କ ନମୁନା ରିପୋର୍ଟ କରୋନା ପଜେଟିଭ୍ ଆସିବା ପରେ ରୁପାନି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ରୁପାନି ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ବିଧାୟକ ଇମରାନ୍ ଭେଟିଥିଲେ। ମଙ୍ଗଳବାର ଇମରାନ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ବୁଧବାର ରୁପାନିଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏବେ ରୁପାନି ସୁସ୍ଥ ରହିଥିବା କୁହାଯାଉଛି।

Leave A Reply

Your email address will not be published.