Latest Odisha News

BREAKING NEWS

ଗୁଜୁରାଟ ଲଢ଼େଇରେ କିଏ ହେବ ବିଜୟୀ : ବିଜେପି , କଂଗ୍ରେସ, ଆପ ମଧ୍ୟରେ କଡା ମୁକାବିଲା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ସରିବା ପରେ ଏବେ  ଗୁଜୁରାଟ ନିର୍ବାଚନକୁ ନେଇ ତିନି ଦଳ ଭିତରେ ଆରମ୍ଭ ହୋଇଛି ଲଢ଼େଇ । ଗୁଜୁରାଟ ରାଜନୀତି ସରଗରମ ଥିବାବେଳେ ବିଜେପି , କଂଗ୍ରେସ ମଧ୍ୟରେ ଏଥର ଧଶେଇ ପଶିଛି ଆପ । ଏଥର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଲୋଭନୀୟ ଅଫର ଦେଇଛନ୍ତି ନେତା ।  ବିଧାନସଭା ନିର୍ବାଚନ ଯୋଗୁଁ ରାଜ୍ୟରେ ଏବେ ରାଜନୀତି ମାହୋଲ ବି ଉତ୍ତେଜନା ରହିଛି ।  ଭାରତୀୟ ଜନତା ପାର୍ଟି 27 ବର୍ଷ ଧରି ରାଜ୍ୟରେ ଚଲାଇଥିବା ଶାସନକୁ ଆଗକୁ ନେବାକୁ ଚେଷ୍ଟା କରୁଥିବାବେଳେ କଂଗ୍ରେସ ଗତ ନିର୍ବାଚନରେ ଯେଉଁଭଳି ଆଶାତୀତ  ​​ପ୍ରଦର୍ଶନ କରିଥିଲା ସେଥିରେ ଉନ୍ନତି ଆଣିବାକୁ ଚାହୁଁଛି । ଦଳ ଏଥର ଗୁଜୁରାଟରେ କ୍ଷମତାକୁ ଫେରିବାକୁ ସ୍ପପ୍ନ ଦେଖୁଛି । ତେବେ କଂଗ୍ରେସର ସ୍ପପ୍ନରେ ଆପ କେଁ ପୁରାଇଛି । କୁହାଯାଉଛି ଏଥର ଗୁଜରାଟରେ ତ୍ରିମୁଖୀ ଲଢ଼େଇ ହେବ ।

କୁହାଯାଉଛି ଏଥର ଦିଲ୍ଲୀ, ପଂଜାବ ଭଳି  ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି କଂଗ୍ରେସର ପକ୍ଷ ଛେଦନ କରି ଦ୍ବିତୀୟ ଦଳ ହେବ । ତେବେ କଂଗ୍ରେସ ଏହି ଦାବିକୁ ଅଗ୍ରାହ୍ୟ କରିଛି ।  ପଞ୍ଜାବ ବିଧାନସଭା ନିର୍ବାଚନ ​​ବିଜୟରେ ଆମ୍ ଆଦମୀ ପାର୍ଟି ଏତେ ଉତ୍ସାହିତ ଅଛି ଯେ ସରକାର ଗଠନ କରିବାକୁ କହୁଛି। କିନ୍ତୁ ଗତ 5 ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ଆପ ପ୍ରାର୍ଥୀମାନେ ଅମାନତ ହରାଇଥିବାରୁ ଲୋକେ ଆପକୁ ବିଶ୍ବାସକୁ ନେଉନାହାଁନ୍ତି । ଗତ ସପ୍ତାହରେ ପ୍ରକାଶିତ 6ଟି ରାଜ୍ୟରେ 7ଟି ବିଧାନସଭା ନିର୍ବାଚନ ମଧ୍ୟ କଂଗ୍ରେସ କି ଆପ ପାଇଁ ଶୁଭ ଖବର ଆଣିନାହିଁ । ହରିୟାନାରେ ଦଳ ଯାହା କହିଥିଲା ତାହାର ବିପରିତ ହୋଇଛି । ଆପ ପ୍ରାର୍ଥୀ ଅମାନତ ହରାଇଛନ୍ତି ।

ଗୁଜୁରାଟରେ ବିଜେପି ମୋଦିଙ୍କୁ ନେଇ ପ୍ରଚାର କରୁଛି । କଂଗ୍ରେସ ମଧ୍ୟ ଏହାର ମୁଖ୍ୟମନ୍ତ୍ରୀ କିଏ ତାହା ପ୍ରକାଶ କରିନାହିଁ ।  AAP ହେଉଛି ଏକମାତ୍ର ଦଳ ଯିଏକି ଏହାର ମୁଖ୍ୟମନ୍ତ୍ରୀଙ୍କ ମୁଖ ଘୋଷଣା କରିଛି। ଭାରତୀୟ ଜନତା ପାର୍ଟି 27 ବର୍ଷ ଧରି ବିରୋଧୀ ଦଳ ସହ ସଂଗ୍ରାମ କରୁଥିବାବେଳେ ରାଜ୍ୟରେ କଂଗ୍ରେସର ନେତା  ଚେହେରା ନାହିଁ। ଏସବୁ ବ୍ୟତୀତ ଗୁଜରାଟରେ କିଛି ପ୍ରସଙ୍ଗ ଅଛି ଯାହା ଗୁଜୁରାଟ ନିର୍ବାଚନରେ ​​ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେବେ ଆସନ୍ତୁ ଗୁଜୁରାଟର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବିଷୟରେ ଜାଣିବା

ଗୁଜୁରାଟରେ ବିଦ୍ୟୁତ୍ ମୂଲ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏହି ରାଜ୍ୟରେ କ୍ଷମତାକୁ ଆସିଲେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଗରିବ ଶ୍ରେଣୀର ଲୋକଙ୍କୁ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି। ଏହି ନିର୍ବାଚନରେ ​​ଗୁଜୁରାଟର ମହଙ୍ଗା ବିଦ୍ୟୁତ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବସ୍ତି ଲୋକମାନେ ମଧ୍ୟ ବିଜୁଳି ଦରକୁ ନେଇ ଭୋଟ ଦେବାର ଆଶଙ୍କା ରହିଛି । ଏହା ସହ କଂଗ୍ରେସର 10 ଲକ୍ଷ ଚାକିରି ଘୋଷଣା ଏବଂ ଆପର ମହିଳାଙ୍କୁ ଏକ ହଜାର ଟଙ୍କା ଭତ୍ତା ବଡ଼ ପ୍ରସଙ୍ଗ ରହିଛି । ବିଜେପି ର ଗରିବ ଛାତ୍ରଛାତ୍ରୀଙ୍କୁ 10 ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ନିର୍ବାଚନ ମୁଦ୍ଦା ରହିଛି । ତେବେ ନିର୍ବାଚନର ମାସକ ପୂର୍ବରୁ ଯେତେ ଓପିନୟନ ପୋଲ ହୋଇଛି ସବୁଥିରେ ବିଜେପି ପୁଣି ସରକାର ଗଠନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ପ୍ରଧାନମନ୍ତ୍ରୀ ମୋଦି  ମଧ୍ୟ ବେକାରୀ  ସମସ୍ୟା  ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।   ଗୁଜୁରାଟ ନିର୍ବାଚନରେ ​ ବେକାରୀ ସହ ବାହାର ରାଜ୍ୟର ଶ୍ରମିକଙ୍କ ଭୋଟ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଲୋଚନା ହେଉଛି । ଯୁବ ଭୋଟରମାନେ ବିଜେପି, କଂଗ୍ରେସ, ଆପ କାହାକୁ ଭୋଟ ଦେବେ ତାହା ହେଉଛି ବଡ଼ କଥା ।  ଓଡ଼ିଶା, ବିହାର, ୟୁପିର ଅଧିକାଂଶ ଶ୍ରମିକ ବିଜେପିକୁ ସମର୍ଥନ କରୁଥିବା ବେଳେ ଚଳିତ ବର୍ଷ ଏହି ଶ୍ରମିକ କାହାକୁ ସମର୍ଥନ କରୁଛନ୍ତି ତାହା ଉପରେ ଫଳାଫଳ ନିର୍ଭର କରିବ ।

1995 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଜୁରାଟରେ ପ୍ରାୟ 27 ବର୍ଷ ଧରି ଏକ ବିଜେପି ସରକାର ଅଛି। ଏତେ ଦିନ ପର୍ଯ୍ୟନ୍ତ କ୍ଷମତାରେ ଥିବାରୁ ବିଜେପି ବିରୋଧରେ ଜନମତ ମଧ୍ୟ  ରହିଛି ବୋଲି ବିଶ୍ୱାସ କରାଯାଉଛି। ତେବେ ଗୁଜରାଟବାସୀ ଏନେଇ କଣ ଭାବନ୍ତି ତାହା କହିବା ମୁସ୍କିଲ । ନିଜ ରାଜ୍ୟରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ପାଇଥିବାରୁ ଗୁଜରାଟବାସୀଙ୍କ ଭାବନା କୁ ଆକଳନ କରିବା ମୁସ୍କିଲ ।  ଭାରତୀୟ ଜନତା ପାର୍ଟି ଗୁଜରାଟ ମଡେଲର ଉଦାହରଣ ଦେଇ କେନ୍ଦ୍ରରେ ଶାସନ କରୁଛି । ଜନମତ ସର୍ଭେରୁ ଜଣାପଡୁଛି ରାଜ୍ୟବାସୀ ବିଶ୍ୱାସ କରନ୍ତି ଯେ  ବିଜେପି କ୍ଷମତାରେ ରହିବା ପରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ସମାଧାନ ହୋଇଛି ।  ସାଧାରଣ ଲୋକଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇଛି । ତେବେ କଂଗ୍ରେସ ଏବଂ ଆପ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅନ୍ୟ ରାଜ୍ୟ ଅପେକ୍ଷା ଗୁଜରାଟ ସେପରି କିଛି ଉନ୍ନତି କରିନଥିବା ଅଭିଯୋଗ କରନ୍ତି ।

ନିର୍ବାଚନରେ ପ୍ରଭାବ ପକାଇବା ମୁଦ୍ଦା ଭିତରେ ମୋରବି  ସେତୁ ଭୁଶୁଡ଼ିବା ପ୍ରସଙ୍ଗ ରହିଛି।  ଭୋଟରଙ୍କ ମନରେ ଏହା କି ପ୍ରଭାବ ପକାଉଛି ତାହା ଜାଣିବା କଷ୍ଟକର । 135 ରୁ ଅଧିକ ଲୋକଙ୍କ ମୃତ୍ୟୁକୁ ନେଇ କିଛି ଦିନ ରାଜନୀତି ହେବା ପରେ ଏବେ ଏହି ପ୍ରସଙ୍ଗ ଶାନ୍ତ ରହିଛି । କିନ୍ତୁ ପ୍ରଚାର ବେଳେ ଏହା ପ୍ରସଙ୍ଗ ନିଶ୍ଚୟ ହେବ । ମୋଦିଙ୍କ ଚେହେରା ଆଗରେ କଂଗ୍ରେସ ଏବଂ ଆପ ଛୋଟ ଦେଖାଯାଉଥିବା ବେଳେ ଏସବୁ ମୁଦ୍ଦା ଭିତରେ ଗୁଜରାଟ କାହର ହେଉଛି ତାହା ଆଉ ଏକ ମାସ ପରେ ସ୍ପଷ୍ଟ ହେବ ।

Comments are closed.