Latest Odisha News

BREAKING NEWS

ମହିଳା ନର୍ସଙ୍କୁ ‘ଫ୍ଲୋରେନ୍ସ ନାଇଟିଙ୍ଗ୍‌ଲ’ ସମ୍ମାନ

ନୂଆଦିଲ୍ଲୀ: ଗୁଜରାଟର ଜଣେ କାର୍ଯ୍ୟରତ ନର୍ସ କୋଭିଡ୍‌ ପଜିଟିଭ ମହିଳାଙ୍କ ପ୍ରସବ ପରିଚାଳନା ଲାଗି ଫ୍ଲୋରେନ୍ସ ନାଇଟିଙ୍ଗ୍‌ଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ଉକ୍ତ ନର୍ସ ଜଣଙ୍କ ବରୋଦାସ୍ଥିତ ସାର୍ ସାୟାଜିରାଓ ଜେନେରାଲ୍ ହସ୍ପିଟାଲରେ କାମ କରନ୍ତି। ସେ କୋଭିଡ୍‌-୧୯ ପଜିଟିଭ ଗର୍ଭବତୀ ମହିଳାଙ୍କ ପ୍ରସବ କରିବା ସହିତ ନବଜାତ ଶିଶୁର ଯତ୍ନ ମଧ୍ୟ ନେଉଛନ୍ତି।

ଫ୍ଲୋରେନ୍ସ ନାଇଟିଙ୍ଗ୍‌ଲ ପୁରସ୍କାର ସଶସ୍ତ୍ର ସଂଘର୍ଷ କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଅତୁଳନୀୟ ସାହସ ଏବଂ ଭକ୍ତିକୁ ସ୍ୱୀକୃତି ଦେଇଥାଏ। ଜନସ୍ୱାସ୍ଥ୍ୟ କିମ୍ବା ନର୍ସିଂ ଶିକ୍ଷା କ୍ଷେତ୍ରରେ ଏହା ଏକ ଆଦର୍ଶ ସେବା।

Comments are closed.