Latest Odisha News

BREAKING NEWS

ସି-ଭୋଟର ଏବିପି ସର୍ଭେ: ଗୁଜରାଟରେ ପୁଣି ବିଜେପି ଗଢ଼ିବ ସରକାର!

ନୂଆଦିଲ୍ଲୀ: ସି ଭୋଟର- ଏବିପି ନିଉଜ ସର୍ଭେରେ  ଗୁଜରାଟରେ ପୁଣି ସରକାର ଗଢ଼ିବାକୁ ଯାଉଛି ବିଜେପି । ଓପିନିଅନ ପୋଲରେ ବିଜେପିକୁ ଗତଥର ପାଇଥିବା ୯୯ ଆସନରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି । ଏବିପି ନିଉଜ- ସି ଭୋଟର ସର୍ଭେରେ ଏପରି ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟରେ ବିଜେପି ୧୩୫ରୁ ୧୪୩ ଆସନ ପାଇବ ବୋଲି ସର୍ଭେରେ କୁହାଯାଇଛି । କଂଗ୍ରେସକୁ ମାତ୍ର ୩୬ରୁ ୪୪ ଆସନ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥର ମଧ୍ୟ ଲୋକେ ଭୋଟ ଦେବେ । ଆପ ଦଳ ମାତ୍ର ୦ରୁ ୨ଟି ଆସନ ପାଇବ ।

ଗୁଜୁରାଟ ବିଧାନସଭାରେ ୧୮୨ ଆସନ ରହିଛି । ବିଧାନସଭା ନିର୍ବାଚନରେ ଗତ ଥର କଂଗ୍ରେସ ୭୭ ଟି ଆସନ ପାଇଥିଲା । ତେବେ ଏଥର କମ ପାଇବ ବୋଲି ସର୍ଭେରେ ଜଣାପଡିଛି । ମଧ୍ୟ ଗୁଜୁରାଟରେ ୪୫ରୁ ୫୦ ଆସନ ପାଇବ ବିଜେପି ।  ସୈାରାଷ୍ଟ୍ର ଅଂଚଳରେ ୩୮ରୁ ୪୨ ଆସନ ପାଇବ ବିଜେପି । ଦକ୍ଷିଣ ଗୁଜରାଟରେ ୨୪ ରୁ ୩୧ ଆସନ ପାଇବ ବିଜେପି ।

Comments are closed.