Latest Odisha News

BREAKING NEWS

ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର, ହ୍ୟାଣ୍ଡ ଗ୍ରେନେଡ୍ ସହ ଧରିଲା ପୋଲିସ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର । ଆତଙ୍କବାଦୀମାନେ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବାର ଖବର ସାମ୍ନାକୁ ଆସିଛି। ଏନେଇ ଗୁଜରାଟ ପୋଲିସ ଖବର ପାଇ ତୁରନ୍ତ ତଦନ୍ତ ଆରମ୍ଭ କରି ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଛି। ଗୁଜରାଟ ପୋଲିସ ହରିୟାଣା ଓ ଉତ୍ତର ପ୍ରଦେଶ ପୋଲିସର ସହଯୋଗରେ ଏପରି ଏକ ବଡ଼ ଷୋଡ଼ଯନ୍ତ୍ରକୁ ବିଫଳ କରିଛି। ପୋଲିସର ସୂତ୍ର ଅନୁସାରେ, ଗତ 28 ଫେବୃଆରୀରେ ଏଟିଏସ ଗୁଜରାଟ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲା ଯେ ଫୈଜାବାରେ ରହୁଥିବା ଜଣେ ବ୍ୟକ୍ତି ଅବ୍ଦୁଲ ରେହମାନ କୌଣସି ଏକ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କରେ ରହିଛି। ଆତଙ୍କବାଦୀମାନେ ରେହମାନ ଦ୍ୱାରା କୌଣସି ଏକ ବଡ଼ ଆକ୍ରମଣ କରିବା ନେଇ ଯୋଜନା କରୁଛନ୍ତି। ଏହାପରେ ଗୁଜରାଟ ପୋଲିସ଼ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ।

ଏହି ସୂଚନା ମିଳିବା ପରେ ହରିୟାଣା ପୋଲିସ ଏସଟିଏଫ ରେହମାନକୁ ଧରିବା ପାଇଁ ଜାଲ ବିଛାଇଥିଲା। ଗତ ମାର୍ଚ୍ଚ 2ରେ ଏସଟିଏସ ଗୁଜରାଟ ପକ୍ଷରୁ ପୁଣି ସୂଚନା ଦିଆଯାଇଥିଲା ଯେ ସନ୍ଦିଗ୍ଧ ବକ୍ତି ଜଣକ ଫରିଦାବାଦ ଆଡ଼କୁ ଆସୁଛି। ଏହାପରେ ରେହମାନକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅବ୍ଦୁଲ ରେହମାନର ଫଟୋ ଏସଟିଏଫ ଗୁଜରାଟ ହରିୟାଣା ଏସଟିଏଫକୁ ଦିଆଯାଇଥିଲା।

ଗତକାଲି ସର୍ଚ୍ଚ ଅପରେଶନ ବେଳେ ଫୈଜାବାଦର ଅବ୍ଦୁଲ ରେହମାନକୁ ବାନ୍ସ ରୋଡ ପାଲିରେ ଏସଟିଏଫ ପାଲୱାଲ ଏବଂ ଏଟିଏସ ଗୁଜୁରାଟର ମିଳିତ ଭାବେ ତାକୁ ଧରିଥିଲେ। ସନ୍ଦିଗ୍ଧ ଅବଦୁଲ ରେହମାନକୁ ଧରିବା ପରେ ପୋଲିସ ଟିମ୍ ତାକୁ ପଚରାଉଚରା କରିଥିଲା। ଏହି ସମୟରେ ସେ କହିଥିଲା ଯେ ତା ବ୍ୟାଗରେ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଅଛି। ସେହି ବ୍ୟାଗକୁ ଖାଲି ସ୍ଥାନରେ ରଖିବା ପରେ ହରିୟାଣା ପୋଲିସର ବୋମା ନିଷ୍କ୍ରିୟକାରୀ ଟିମକୁ ଡକାଯାଇଥିଲା ଏବଂ ଉଭୟ ହ୍ୟାଣ୍ଡ ଗ୍ରେନେଡକୁ ନିଷ୍କ୍ରିୟ କରାଯାଇଥିଲା।

Comments are closed.