Latest Odisha News

BREAKING NEWS

ଫର୍ମକୁ ଫେରିଲେ ଗିଲ, ବଟଲର: ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ: ଆଇପିଏଲର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ଶୁଭମନ ଗିଲ ଓ ଜୋଶ ବଟଲର ଫର୍ମକୁ ଫେରିବା ସହ ଏଠାରେ ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ସହଜରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୧୬୪ ରନ କରିଥିଲା । ଆଇଡେନ ମାର୍କରାମ ସର୍ବାଧିକ ୩୦ ରନ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ ନେଇଥିଲେ । ଜବାବରେ ୧୮.୪ ଓଭରରେ ୩ ୱିକେଟ ହରାଇ ଗୁଜରାଟ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଶୁଭମନ ଗିଲ ୪୦ ବଲରୁ ୫୬ ଓ ବଟଲର ୩୭ ବଲରୁ ୬୦ ରନ କରି ଦଳରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୱାଶିଂଟନ ସୁନ୍ଦର ୨୧ ଓ ରାହୁଲ ଟେୱାଟିଆ ୧୦ ରନ କରି ଅପରାଜିତ ରହିଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ନେଇ ପ୍ରସିଦ୍ଧ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଉଭୟ ଟିମ ୪ ମ୍ୟାଚରୁ ୪ ପଂଏଟ ହାସଲ କରିଛନ୍ତି । ଆଭରେଜ ଯୋଗୁ ଗୁଜରାଟ ୫ମ ଏବଂ ଲକ୍ଷ୍ନୌ ଷଷ୍ଠ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.