Latest Odisha News

BREAKING NEWS

ଘରୋଇ ପିଚରେ ହାରିଲା ଗୁଜରାଟ ଟାଇଟନ୍ସ, ପଞ୍ଚମ ଥର ପାଇଁ ଆଇପିଏଲ ଜିତିଲା ଚେନ୍ନାଇ ସୁପର କିଙ୍ଗସ

ଅହମଦାବଦ: ଶେଷରେ ଚେନ୍ନାଇ ସୁପର କିଙ୍ଗସ ଏବଂ ଏମଏସ ଧୋନିଙ୍କ ପ୍ରଶଂସକମାନେ କୋଟି କୋଟି ପ୍ରଶଂସକ ଯାହା ଆଶା କରୁଥିଲେ ତାହା ହୋଇଛି। ଏକ ରୋମାଞ୍ଚକର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ଆଉ ମ୍ୟାଚ ହାରି ଦ୍ବିତୀୟ ଥର ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଦଳ ଯେଉଁ ଟ୍ରଫି ନେବ ବୋଲି ଆଶା କରିଥିଲା ତାହା ଧୂଳିସାତ ହୋଇଛି।

ଘରୋଇ ପିଚରେ ଧୂଆଁଧାର ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ବଡ ଟାର୍ଗେଟ ଦେଇଥିଲେ ମଧ୍ୟ ଫାଇଲାଲ ମ୍ୟାଚରେ ବିଜୟୀ ହୋଇଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଟିମ୍ ଚେନ୍ନାଇ ସୁପର କିଙ୍ଗସ। ମ୍ୟାଚ ଜିତି ଚେନ୍ନାଇ ପଞ୍ଜମ ଥର ପାଇଁ ଟାଇଟେଲ ଜିତିବାରେ ସକ୍ଷମ ହୋଇଛି। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଜିତିଛି।

ଗୁଜରାଟ ଟାଇଟନ୍ସ ଲଗାତର ଦୁଇଟି ଓ୍ବିକେଟ ନେଇ ମ୍ୟାଚର ମୋଡ ବଦଳାଇ ଦେଇଥିଲେ। କିନ୍ତୁ ଶେଷ ଦୁଇଟି ବଲରେ ଛକା ପରେ ଚୌକା ମାରି ଦଳକୁ ଜିତାଇଛନ୍ତି ରବୀନ୍ଦ୍ର ଜାଡେଜା।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ଫାଇନାଲରେ ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ ସହ ଗୁଜରାଟ ଟାଇଟାନ୍ସ ୨୧୫ ରନର ଟାର୍ଗେଟ ଦେଇଥିଲା ପ୍ରତିପକ୍ଷ ଚେନ୍ନାଇ ସୁପର କିଙ୍ଗସକୁ। ବର୍ଷା ପାଇଁ ୧୫ ଓଭର ମ୍ୟାଚ ଖେଳାଯାଇଥିଲା।

ରାତି ୧୨ଟା ୧୦ରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଚେନ୍ନାଇକୁ ୧୫ ଓଭରରେ ୧୭୧ ରନର ଟାର୍ଗେଟ ଦିଆଯାଇଥିଲା। ଚେନ୍ନାଇ ପାଇଁ ଓପନର୍ ଡିଭନ୍ କନୱେ ଏବଂ ରିତୁରାଜ ଗାଇକୱାଡ ଭଲ ବ୍ୟାଟିଂ କରିଥିଲେ। ଉଭୟ ୪ ଓଭରର ପାୱାରପ୍ଲେରେ ୫୨ ରନ୍ ସଂଗ୍ରହ କରିଥିଲେ। ଉଭୟ ସପ୍ତମ ଓଭର ଯାଏ ୭୪ ରନର ପାର୍ଟନରସିପ କରିଥିଲେ। ତେବେ ପରେ ବାମହାତୀ ସ୍ପିନର ନୁର ଅହମ୍ମଦ ଉଭୟଙ୍କୁ ଆଉଟ କରି ପାଭିଲିୟନକୁ ଫେରାଇ ଦେଇଥିଲେ।

ମ୍ୟାଚରେ ଅଜିଙ୍କ୍ୟ ରାହାଣେ ୧୩ ବଲରେ ୨୭ ରନ କରିଥିଲେ। ତେବେ ମୋହିତ ଶର୍ମା ପ୍ରଥମ ଓଭରରେ ତାଙ୍କୁ ଆଉଟ କରିବା ପରେ ଗୁଜରାଟ ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ଆଣିଥିଲେ। ଅନ୍ୟପକ୍ଷରେ ଶିବମ୍ ଦୁବେ ମଧ୍ୟ ରଶିଦ ଖାନଙ୍କ ଭଳି ବୋଲରଙ୍କୁ ଧୁଲେଇ କରିଥିଲେ।

ସେହିପରି ଅମ୍ବାତି ରାୟୁଡୁ ୧୩ ଓଭରରେ ମୋହିତଙ୍କ ପ୍ରଥମ ତିନୋଟି ବଲରୁ ୨ ଛକା ଏବଂ ଗୋଟିଏ ଚୌକା ମାରିଥିଲେ। ମ୍ୟାଚ୍ ଏଠାରୁ ଚେନ୍ନାଇ ସପକ୍ଷରେ ଯିବା ଆରମ୍ଭ କରିଥିଲା। ତା’ପରେ ରାୟୁଡୁ ଚତୁର୍ଥ ବଲରେ ଆଉଟ୍ ହୋଇଥିଲେ। ଏଭଳି ପରିସ୍ଥିତିରେ କ୍ୟାପଟେନ ଧୋନି ନିଜେ ଆସିଥିଲେ କିନ୍ତୁ ତାଙ୍କୁ ପ୍ରଥମ ବଲରେ ଆଉଟ୍ ହେବାକୁ ପଡ଼ିଥିଲା। ଏହାପରେ ଚେନ୍ନାଇର ପ୍ରଶଂସକମାନେ ନିରାଶ ହୋଇଯାଇଥିଲେ।

Leave A Reply

Your email address will not be published.