ଚେନ୍ନାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଏବେ ଟ୍ରେଡିଂ ୱିଣ୍ଡୋ ଖୋଲା ଯାଇଛି । ଗତ ସଂସ୍କରଣରେ ଖରାପ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସ ଦଳରେ ବଡ ପରିବର୍ତନ କରିବାକୁ ଚାହୁଁଛି । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପୂର୍ବରୁ ଦଳକୁ ଏକ ମଜଭୁତ ଟିମ ଦେବାକୁ ଚାହୁଁଛନ୍ତି । ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସାନଙ୍କ ନେବା ପାଇଁ ଚେନ୍ନାଇ ସାମ କରନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଛାଡିବା ପାଇଁ ରାଜି ହୋଇଥିଲା । ତେବେ ଏହି କଥା ଏ ପର୍ଯ୍ୟନ୍ତ ଆଗକୁ ବଢ଼ିପାରି ନାହିଁ । ଇତି ମଧ୍ୟରେ ଚେନ୍ନାଇକୁ ବଡ ଝଟକା ଗୁଜରାଟ ଦେଇଛି ।
ଗୁଜରାଟର ୱାଶିଂଟନ ସୁନ୍ଦରଙ୍କୁ ନେବା ପାଇଁ ଚେନ୍ନାଇ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି । ଗୁଜରାଟ ୱାଶିଂଟନଙ୍କୁ ଦେବା ପାଇଁ ମନା କରିଦେଇଛି । ଆଇପିଏଲ ୨୦୨୫ରେ ଗୁଜରାଟ ୩.୨ କୋଟିରେ ୱାଶିଂଟନଙ୍କୁ ନେଇଥିଲେ । ସେ ଆଇପିଏଲରେ ୬୬ ମ୍ୟାଚ ଖେଳିଛନ୍ତି । ୩୯ ୱିକେଟ ନେଇଥିବା ବେଳେ ୫୧୧ ରନ କରିଛନ୍ତି । ଗତ ସଂସ୍କରଣରେ ସେ ୫ ଇନିଂସରେ ୧୩୩ ରନ କରିଛନ୍ତି । ଚେନ୍ନାଇ ଟିମ କମ୍ବିନେଶନ ବିଗିଡି ଯାଇଥିବାରୁ ଏହାକୁ ସୁଧାରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି ।
Comments are closed.