ଭୁବନେଶ୍ବର: -ସ୍ତ୍ରୀ ବର୍ଷାଙ୍କ ସଙ୍ଗୀନ ଅଭିଯୋଗ ପରେ ପୁଣି ମୁହଁ ଖୋଲିଲେ ଗୁଲୁଆ
-ବର୍ଷାଙ୍କ ଉପରେ ରାଗିଯାଇ ସବୁ ଭଡ଼ାସ ବାହାରକଲେ
-ଏବେ ସୋସିଆଲ ମିଡ଼ିଆରେ ଚାଲିଛି ମିଷ୍ଟର ଗୁଲୁଆ ଓ ବର୍ଷାଙ୍କ ହାଇଡ଼୍ରାମା
-ଜଣେ କହୁଛି ସେ ମୋତେ ଛାଡ଼ୁନି, ଆଉ ଜଣେ କହୁଛି ସେ ମିଛ କହୁଛି
-ପ୍ରକୃତରେ କିଏ କହୁଛି ସତ
ପ୍ରଥମେ ମିଶିକି ଓଡ଼ିଶାରେ ହୋଇଥିଲେ ପପୁଲାର, ତା ପରେ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ଏବେ ପରସ୍ପର ବିରୋଧରେ ଦିନକୁ ଦିନ ଆଣୁଛନ୍ତି ସଂଗୀନ ଅଭିଯୋଗ | ୟୁଟ୍ୟୁବର ମିଷ୍ଟର ଗୁଲୁଆ ଓରଫ ଆଶିଷ ଦାଶ ଓ ତାଙ୍କ ପତ୍ନୀ ବର୍ଷାଙ୍କ ବୈବାହିକ ଜୀବନର କଳିକୁ ନେଇ ଚାରିଆଡ଼େ ଚର୍ଚ୍ଚା | ଗୁଲୁଆଙ୍କ ନାମରେ ବର୍ଷା ଆଣିଛନ୍ତି ଅନେକ ଅଭିଯୋଗ ଆଉ ସେପଟେ ଗୁଲୁଆ ବି ନିଜ ସଫେଇରେ ନିଜକୁ ଠିକ୍ ପ୍ରମାଣିତ କରିବାକୁ ଲାଗିପଡ଼ିଛନ୍ତି । ସୋସିଆଲ ମିଡ଼ିଆରେ ଉଭୟ ସ୍ବାମୀ, ସ୍ତ୍ରୀଙ୍କ କଳି ଚାଲିଛି ।ଯାହାକୁ ନେଇ କେବଳ ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ଘାରିଛି କିଏ କହୁଛି ସତ? ବର୍ଷା ଅତ୍ୟାଚାର ହେଉଥିଲେ ନାଁ ଗୁଲୁଆ ସତ କହୁଛନ୍ତି । ଯାହାକୁ ନେଇ ଲାଗିରହିଛି ଦ୍ବନ୍ଦ । କିଛି ଦିନ ତଳେ ପ୍ରଥମେ ପ୍ରଥମେ ମିଷ୍ଟର ଗୁଲୁଆ ଏକ ଭିଡିଓ ମେସେଜରେ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି | କିଛି ଲୋକ ବଦନାମ କରିବାର ଧମକ ଦେଇ ଟଙ୍କା ମାଗୁଥିବା ଭିଡିଓରେ ଦାବି କରିଥିଲେ ଗୁଲୁଆ।
ଆଉ ଏହାପରେ ମୁହଁ ଖୋଲିଥିଲେ ପତ୍ନୀ ବର୍ଷା | ବର୍ଷା ବି ଗୁଲୁଆଙ୍କ ନାମରେ ମାନସିକ ନିର୍ଯାତନା ସହ ନେଇଥିବା ଟଙ୍କା ଫେରାଉନଥିବା ସହ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଏପରିକି ଗୁଲୁଆ ତାଙ୍କୁ ଘରୁ ମାଡ ମାରି ବିଦା କରିଦେଇଥିଲେ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି | ଏପରି ଅନେକ କିଛି ଅଭିଯୋଗ ଆସିଥିଲା ଯାହା ପୁରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି । ବର୍ଷାଙ୍କର ଏପରି ଅଭିଯୋଗ ପରେ ଏବେ ପୁଣି ମୁହଁ ଖୋଲିଛନ୍ତି ମିଷ୍ଟର ଗୁଲୁଆ । ଏପରି ବଦନାମ ହେବା ପରେ ତାଙ୍କୁ ପୁଣି ଥରେ ବାହାହେବା ପାଇଁ କେହି ଝିଅ ରାଜି ହେବେ ନାହିଁ ବୋଲି ସେ କହିଛନ୍ତି । ତେବେ ମିଷ୍ଟର ଗୁଲୁଆ ପୁଣି ଥରେ ନିଜ ସଫେଇ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି । କହିଛନ୍ତି ସୋସିଆଲ ମିଡ଼ିଆରେ ଡ଼୍ରାମା ବନ୍ଦ କରି ସାହାସ ଥିଲେ କୋର୍ଟ ଚାଲ । ମତେ ଓଡ଼ିଶା ସାରା ବଦନାମକ କରି ସାରିଲଣି । ଏବେ ମୋର ରୋଜଗାର ବି ବନ୍ଦ ହେଇଯିବ । ଏତେ ବଦନାମ କରି କ’ଣ ମିଳୁଛି । ଏପରି ଅନେକ କଥା ଗୁଲୁଆ ନିଜ ଭିଡ଼ିଓ ରେ କହିଛନ୍ତି । ତେବେ ଏହି ପାରିବାରିକ ସମସ୍ୟା ଆଗକୁ କେଉଁ ମୋଡ଼ ନେଉଛି ତାହା ସମୟ କହିବ ।