Latest Odisha News

କୋଇଲା ଖଣିରେ ଅତର୍କିତ ଗୁଳିମାଡ଼, ୨୦ ଖଣି କର୍ମଚାରୀ ମୃତ

ନୂଆଦିଲ୍ଲୀ: କୋଇଲା ଖଣିରେ ଅତର୍କିତ ଗୁଳିମାଡ଼ । ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ବନ୍ଧୁକଧାରୀ ଗ୍ରେନେଡ ଓ ରକେଟ ମାଡ଼ ମଧ୍ୟ କରିଛନ୍ତି । ତେବେ ଏଥିପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ଦକ୍ଷିଣ-ପଶ୍ଚିମରେ ବନ୍ଧୁକଧାରୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ବଲୁଚିସ୍ତାନର ଡୁକି ଜିଲ୍ଲାରେ ଏକ କୋଇଲା ଖଣି ନିକଟରେ ଅତର୍କିତ ଗୁଳିମାଡ଼ କରିବା କାରଣରୁ ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ୭ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ବଲୁଚିସ୍ତାନର ପାଶ୍ଚୁନ ଭାଷାଭାଷୀ ଅଞ୍ଚଳର ଥିଲେ । ଅନ୍ୟ ୩ ମୃତକ ଏବଂ ୪ ଜଣ ଆହତ ଆଫ୍‌ଗାନର ନାଗରିକ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିନିମନ୍ତେ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

Leave A Reply

Your email address will not be published.