କାବୁଲ: ଆଫଗାନିସ୍ତାନରେ ସିୟା ସମ୍ପ୍ରଦାୟ ଉପରେ ଏକ ବଡ ଧରଣର ଆକ୍ରମଣ ହୋଇଛି ଯାହା ଫଳରେ ୨୭ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ଆଫଗାନିସ୍ତାନେ ତାଲିବାନ ସହ ହୋଇଥିବା ଶାନ୍ତି ପ୍ରକ୍ରିୟାକୁ ଝଟକା ଲାଗିଛି । ଶୁକ୍ରବାର ଏକ ରାଜନୈତିକ ଦଳ ର୍ୟାଲୀ ବେଳେ ଗୁଳିକାଣ୍ଡ ହୋଇଥିଲା । ଏହି ର୍ୟାଲୀରେ ଅବଦୁଲ୍ଲା ଅବଦୁଲ୍ଲା ସମେତ ଅନେକ ତୁଙ୍ଗ ନେତା ଯୋଗ ଦେଇଥିଲେ ।
ଅବଦୁଲ୍ଲାଙ୍କୁ ବହୁ କଷ୍ଟରେ ସେଠାରୁ ସୁରକ୍ଷିତ ଭାବେ ନିଆ ଯାଇଥିଲା । ଏ ପର୍ଯ୍ୟନ୍ତ ତାଲିବାନ୍ ଏହି ଆକ୍ରମଣ କଥା ସ୍ୱୀକାର କରି ନାହିଁ । ରାଷ୍ଟ୍ରପତି ଅସରଫ ଗାନି ଏହାକୁ ଅମାନବୀୟ ବୋଲି କହିଛନ୍ତି ।
Comments are closed.