Latest Odisha News

BREAKING NEWS

ବିଜେଡି ଛାଡିଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ

ଭୁବନେଶ୍ୱର : ରାୟଗଡା ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ସୋମବାର ଦିନ ଶାସକ ଦଳ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ନବୀନ ନିବାସ ପରିସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦଳ ତାଙ୍କୁ ଧୋକ୍କା ଦେଇଛି । ଆହୁରି ମଧ୍ୟ ସେ ରାଜଧାନୀରେ ଥିବାବେଳେ ଗୁଣୁପୁରରେ ଆଶାୟୀ ପ୍ରାର୍ଥୀଙ୍କ ଏକ ପଟୁଆର ମଧ୍ୟ ଚାଲିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା । ଏପରିକି ୨୦୧୯ ନିର୍ବାଚନରେ ଗୁଣୁପୁରରୁ ରଘୁନାଥ ଗମାଙ୍ଗକୁ ଦଳ ଟିକେଟ୍ ଦେବାର ସମ୍ଭାବନା ରହିଛି ।

ଶ୍ରୀଯୁକ୍ତ ଗମାଙ୍ଗ ଅଭିଯୋଗ କରିଛନ୍ତି ଯେ, ସେ ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

୨୦୧୪ ନିର୍ବାଚନରେ ଶ୍ରୀଯୁକ୍ତ ଗମାଙ୍ଗ ମୋଟ ୫୯,୫୨୭ ଭୋଟ୍ ହାତେଇଥିଲେ । ଏଥିସହିତ ସେ କଂଗ୍ରେସ ପ୍ରାର୍ଥୀ ତଥା ନିଜର ନିକଟତମ ପ୍ରତିଦ୍ୱନ୍ଦୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ ପ୍ରାୟ ୭,୭୮୬ ଭୋଟରେ ହରାଇଥିଲେ ।

Leave A Reply

Your email address will not be published.