Latest Odisha News

BREAKING NEWS

ପଥର କ୍ୱାରୀ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ

ରାୟଗଡ଼ା: ପଥର କ୍ୱାରୀରେ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ । ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ସେ ରିପୋର୍ଟ କରିବେ । ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାୟଗଡ଼ା ଜିଲ୍ଲାର ଗୁଣପୁର ଥାନା ଅନ୍ତର୍ଗତ ଓକିଲଗୁଡ଼ାରେ ପଥର କ୍ୱାରୀରେ ବିସ୍ଫୋରଣ ହେବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତ ହୋଇଥିଲେ ୬ ଜଣ । ଏହି ଘଟଣାରେ ଲକ୍ଷ୍ମୀନାରାୟଣ ସାବତଙ୍କ ବିରୋଧରେ ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଥିଲେ ରାୟଗଡ଼ା ଜିଲ୍ଲାପାଳ ।

ଓକିଲଗୁଡ଼ାରେ ବେଆଇନ ପଥର କ୍ୱାରୀ ଉପରେ ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଗୁଣପୁର ଏଆରଆଇ ଅନୁପ କୁମାର ମାର୍ଥକୁ ଜିଲ୍ଲା ପ୍ରଶସାନ ଚାକିରିରୁ ନିଲମ୍ୱିତ କରିଥିଲା ।

Leave A Reply

Your email address will not be published.