Latest Odisha News

ପଦାର୍ପଣ ଟେଷ୍ଟରେ କମାଲ କଲେ ଆଟକିନସନ

ଲଣ୍ଡନ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଛି । ଚମତ୍କାର ବୋଲିଂ ସହାୟତାରେ ଇଂଲଣ୍ଡ ମାତ୍ର ୧୨୧ ରନରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ଅଲଆଉଟ କରିଛି । ପଦାର୍ପଣ ଟେଷ୍ଟରେ ଗସ ଆଟକିନସନ ୭ୱିକେଟ ନେଇ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଟକିନସନ ୧୨ ଓଭରରେ ମାତ୍ର ୪୫ ରନରେ ୭ଟି ୱିକେଟ ହାସଲ କରିଥିଲେ । ଏଥିରେ ୫ ଓଭର ମେଡେନ ଥିଲା । ପଦାର୍ପଣ ମ୍ୟାଚରେ ଇଂଲଣ୍ଡ ପକ୍ଷରୁ ଏହା ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ଭାବେ ବିବେଚନା କରାଯାଇଛି । ଏହା ପୂର୍ବରୁ ଜନ ଫେରୀ ୧୮୯୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୭ ରନରେ ୭ଟି ୱିକେଟ ନେଇଥିଲେ ।

ଡୋମିନିକ କ୍ରୁକ ମଧ୍ୟ ୧୯୯୫ରେ ୱେଷ୍ଟଇଣ୍ଡିଜ ବିରୋଧରେ ୪୩ ରନରେ ୭ଟି ୱିକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡର ପୂର୍ବତନ ପେସ ବୋଲର ଜନ ଲିଭର ୧୯୭୬ରେ ଭାରତ ବିପକ୍ଷରେ ୪୬ ରନରେ ୭ଟି ୱିକେଟ ନେଇଥିଲେ । ୧୯୪୬ରେ ଆଲେକ ବେଡସର ଭାରତ ବିପକ୍ଷରେ ୪୯ ରନରେ ୭ଟି ୱିକେଟ ନେଇଥିଲେ ।

Comments are closed.