Latest Odisha News

ମେଡିସିନ ଦୋକାନରେ ଗୁଟଖା ଓ ସିଗାରେଟ୍, ମାଲିକ ସହ ୩ ଅଟକ

ଭଦ୍ରକ : ଭଦ୍ରକରେ ଅଜବ ଦୃଶ୍ୟ । ମେଡିସିନ ଦୋକାନରେ ବିକ୍ରି ହେଉଛି ଗୁଟଖା ଓ ସିଗାରେଟ୍ । ଖବର ପାଇ ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ ପରେ ଦୋକାନରୁ ଜବତ ହୋଇଛି ଗୁଟଖା ଓ ସିଗାରେଟ୍ । ମେଡ଼ିସିନ ଦୋକାନର ମାଲିକ ଓ କର୍ମଚାରୀଙ୍କ ସହ ସହ ୩ ଜଣଙ୍କୁ ଅଟକ ରଖିଛି ଭଦ୍ରକ ଟାଉନ ପୋଲିସ । ଏଥିସହ ମେଡ଼ିସିନ ଦୋକାନକୁ ୭ ଦିନ ପାଇଁ ସିଲ୍ କରିଛି ପ୍ରଶାସନ ।

ସୂଚନା ଅନୁସାରେ, ଆଜି ସପ୍ତାହାନ୍ତ ସଟଡାଉନ ସୁଯୋଗ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍ । ଏହି ଖବର ଜଣାପଡ଼ିବା ପରେ ମିଳିତ ଚଢ଼ାଉ କରିଥିଲା ପୋଲିସ ଓ ପ୍ରଶାସନ । ଚଢ଼ାଉ ବେଳେ ମେଡିସିନ ଦୋକାନରୁ ଗୁଟଖା ଓ ସିଗାରେଟ୍ ଜବତ ହୋଇଥିଲା । ଘଟଣାରେ ମେଡ଼ିସିନ ଦୋକାନ ମାଲିକ ଓ କର୍ମଚାରୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ମେଡ଼ିସିନ ଦୋକାନକୁ ୭ ଦିନ ସିଲ୍ କରାଯାଇଛି ।

Leave A Reply

Your email address will not be published.