ବ୍ରହ୍ମପୁର: ବ୍ରହ୍ମପୁର
ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଏବଂ ଅଟୋନଗରରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ଉ କରିଛି। ପ୍ରାୟ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ ଏବଂ ଯନ୍ତ୍ରପାତି ଜବତ ହୋଇଛି। ଏନେଇ ଗୋଳନ୍ଥରା ଥାନାରେ ତିନିଟି ମାମଲା ରୁଜୁ କରାଯିବା ସହିତ ଦୁଇଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ ସୁପରଭାଇଜର ହେଲେ ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ଏମ.ବ୍ରହ୍ମାମ ଏବଂ ବ୍ରହ୍ମପୁର ହିଲପାଟଣା ଅଞ୍ଚଳର ସୁବ୍ରତ କୁମାର ବେହେରା। କାରଖାନାର ମାଲିକ ତଥା ବ୍ରହ୍ମପୁରର ପ୍ରତିଷ୍ଠିତ ବ୍ୟବସାୟୀ ପି.ଗୋପାଳ କ୍ରିଷ୍ଣାଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ।
ଗୋଳନ୍ଥରା ପୋଲିସ ପ୍ରଥମେ ଅଟୋନଗର ଠାରେ ଥିବା ଏକ କାରଖାନା ଉପରେ ଚଢ଼ଉ କରିଥିଲା। କିନ୍ତୁ ପରେ ସୂଚନା ମିଳିଲା ଯେ, ହଳଦିଆପଦରର ଏକ ବଡ଼ କୋଠାରେ ମଧ୍ୟ କାରଖାନା ଚାଲିଛି। ପରେ ସେଠାରେ ମଧ୍ୟ ଚଢ଼ଉ ହେଲା। କୋଠା ଭିତରେ ଯେତିକି ପରିମାଣର ଗୁଟଖା ଏବଂ କଞ୍ଚାମାଲ ଗଚ୍ଛିତ ଥିଲା, ତାହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା। ରାତି ହୋଇଯିବା ଯୋଗୁ ଚଢ଼ଉକୁ ବନ୍ଦ କରି ପୋଲିସ ମୁତୟନ କରାଯାଇଥିଲା। ଗୁରୁବାର ପୁଣିଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। କାରଖାନାଟି ପି.ଗୋପାଳ କ୍ରୀଷ୍ଣାଙ୍କ ନାମରେ ଥିବା ଜଣାପଡ଼ିଥିଲା।
ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ କହିବାନୁଯାୟୀ, କାରଖାନା ଭିତରୁ ୫୦ ଟନ୍ ଗୁଆ, ୫ ଟ୍ ପାନ ମଧୁରୀ, ୨ ଟନ ଧନିଆ, ୭ ଟନ ଧୁଆଁପତ୍ର, ୩ ଟନ ଗୁଣ୍ଡ ଧୁଆଁ ପତ୍ର, ଗୁଟଖା ୫୦ ବସ୍ତା, ଜରି ୧୦୦୦ ରୋଲ୍, ପ୍ୟାକିଙ୍ଗ ମସିନ ୮ଟି, ଗୁଆ କଟା ମସିନ ୧୮ଟି, ମିକ୍ସଚର ମସିନ ୧୨ଟି, ୨ହଜାର ଲିଟର ପର୍ଫୁମ୍, ୫୦ଟି ଓଜନ ମସିନ, ୧୨ଟି ଫ୍ରାଏ ମସିନ ସହ ବିପୁଳ ପରିମାଣର କଞ୍ଚାମାଲ ଏବଂ ବଡ଼ ବଡ଼ ମସିନ ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ୧୦ କୋଟି ଟଙ୍କା ହେବ। କାରଖାନାର ମାଲିକ ଗୋପାଳ କ୍ରୀଷ୍ଣାଙ୍କ ନାମରେ ୨୦୧୬ ମସିହାରେ ମଧ୍ୟ ବେଆଇନ ଗୁଟଖା କାରବାରରେ ସଂପୃକ୍ତି ନେଇ ଗୋଷାଇଁନୂଆଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଯାହା ବର୍ତ୍ତମାନ ମଧ୍ୟ ବିଚାରଧୀନ ଅବସ୍ଥାରେ ଅଛି। ଏବେ ପୁଣି ଥରେ ସଂପୃକ୍ତି ଅଭିଯୋଗ ଆସିଛି। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା

Comments are closed.