ବ୍ରହ୍ମପୁର: ବ୍ରହ୍ମପୁର ସହରର ଫାଷ୍ଟଗେଟ୍ ସ୍ଥିତ ଏକ ଇଲେକ୍ଟ୍ରିକ୍ ଗାଡ଼ି ସୋ’ରୁମ୍ରୁ ନକଲି ଗୁଟ୍ଖା ଜବତ କରିଛି ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ସକାଳେ ସୋ’ରୁମ୍ରେ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ଖବର ଆଗୁଆ ପାଇ ସୋ’ରୁମ୍ ମାଲିକ ଫେରାର୍ ହୋଇଯାଇଥିଲେ। ପୋଲିସ ଭିତରେ ତଲାସୀ କରିଥିଲା। ପ୍ରାୟ ୩୦ ବସ୍ତା ନକଲି ଗୁଟ୍ଖା ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମାଲିକଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି। ଏହି ସୋ’ରୁମ୍ରେ ଗୁଟ୍ଖା ଗଚ୍ଛିତ ରଖାଯାଇଥିଲା। ପରେ ବଜାରକୁ ବିକ୍ରି ପାଇଁ ପଠା ଯାଇଥାନ୍ତା। ତେବେ କେଉଁଠି ଏହି ଗୁଟ୍ଖା ପ୍ରସ୍ତୁତ ହୋଇଛି, ପୋଲିସ ସେନେଇ ମଧ୍ୟ ଯାଞ୍ଚ କରୁଛି। ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ଗୁଟ୍ଖା କାରଖାନାଗୁଡ଼ିକ ଉପରେ ବ୍ୟାପକ ଚଢ଼ଉ କରୁଛି ପୋଲିସ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.