ବ୍ରହ୍ମପୁର: ବ୍ରହ୍ମପୁର ସହରର ଫାଷ୍ଟଗେଟ୍ ସ୍ଥିତ ଏକ ଇଲେକ୍ଟ୍ରିକ୍ ଗାଡ଼ି ସୋ’ରୁମ୍ରୁ ନକଲି ଗୁଟ୍ଖା ଜବତ କରିଛି ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ସକାଳେ ସୋ’ରୁମ୍ରେ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ଖବର ଆଗୁଆ ପାଇ ସୋ’ରୁମ୍ ମାଲିକ ଫେରାର୍ ହୋଇଯାଇଥିଲେ। ପୋଲିସ ଭିତରେ ତଲାସୀ କରିଥିଲା। ପ୍ରାୟ ୩୦ ବସ୍ତା ନକଲି ଗୁଟ୍ଖା ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମାଲିକଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି। ଏହି ସୋ’ରୁମ୍ରେ ଗୁଟ୍ଖା ଗଚ୍ଛିତ ରଖାଯାଇଥିଲା। ପରେ ବଜାରକୁ ବିକ୍ରି ପାଇଁ ପଠା ଯାଇଥାନ୍ତା। ତେବେ କେଉଁଠି ଏହି ଗୁଟ୍ଖା ପ୍ରସ୍ତୁତ ହୋଇଛି, ପୋଲିସ ସେନେଇ ମଧ୍ୟ ଯାଞ୍ଚ କରୁଛି। ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ଗୁଟ୍ଖା କାରଖାନାଗୁଡ଼ିକ ଉପରେ ବ୍ୟାପକ ଚଢ଼ଉ କରୁଛି ପୋଲିସ।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.