Latest Odisha News

BREAKING NEWS

ରାଜଧାନୀରେ ଦୋକାନ କରିଥିଲେ ରଖନ୍ତୁ ୨ଟି ଡଷ୍ଟବିନ୍, ନହେଲେ ଦେବେ ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଏମସି ପରିମଳକୁ ଗୁରୁତ୍ୱ ଦେଉଛି । ବିଶେଷକରି ହାଟ ବଜାର ଓ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକରେ ୨ଟି ଲେଖାଏ ଡଷ୍ଟବିନ୍ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ଗୋଟିଏ ଡଷ୍ଟବିନରେ ଶୁଖିଲା ଓ ଅନ୍ୟଟିରେ ଓଦା ବର୍ଜ୍ୟବସ୍ତୁ ପକାଇବେ । ଏବଂ ନିୟମିତ ଉକ୍ତ ଡଷ୍ଟବିନର ଅଳିଆକୁ ସଫେଇ ଗାଡ଼ିକୁ ଦେବେ । ଆପଣଙ୍କ ଦୋକାନର ୫ ମିଟର ପରିଧି ସଫାସୁତୁରା ନଥିଲେ ବିଏମସି ଆପଣଙ୍କୁ ଜରିମାନା ପକାଇବ ।

ଆଜି ଖଣ୍ଡଗିରି ପାହାଡ଼ ଅଞ୍ଚଳରେ ବିଏମସି ଟିମ୍ ପକ୍ଷରୁ ବିଭିନ୍ନ ଦୋକାନର ସଫାସୁତୁରା ଯାଞ୍ଚ କରାଯାଇ ଜରିମାନା କରାଯାଇଛି । ପରିମଳ ବ୍ୟବସ୍ଥା ଠିକ୍ ନଥିବାରୁ ବିଏମସି ଅଧିକାରୀ ପଇଡ଼ ଦୋକାନୀ ଓ ଜଳଖିଆ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି ।

Leave A Reply

Your email address will not be published.