Latest Odisha News

BREAKING NEWS

ଇଲେକ୍ଟ୍ରିକ୍‍ ଗାଡ଼ି ସୋ’ରୁମ୍‍ରୁ ନକଲି ଗୁଟ୍‍ଖା ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଫାଷ୍ଟଗେଟ୍‍ ସ୍ଥିତ ଏକ ଇଲେକ୍ଟ୍ରିକ୍‍ ଗାଡ଼ି ସୋ’ରୁମ୍‍ରୁ ନକଲି ଗୁଟ୍‍ଖା ଜବତ କରିଛି ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ସକାଳେ ସୋ’ରୁମ୍‍ରେ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ଖବର ଆଗୁଆ ପାଇ ସୋ’ରୁମ୍‍ ମାଲିକ ଫେରାର୍‍ ହୋଇଯାଇଥିଲେ। ପୋଲିସ ଭିତରେ ତଲାସୀ କରିଥିଲା। ପ୍ରାୟ ୩୦ ବସ୍ତା ନକଲି ଗୁଟ୍‍ଖା ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମାଲିକଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି। ଏହି ସୋ’ରୁମ୍‍ରେ ଗୁଟ୍‍ଖା ଗଚ୍ଛିତ ରଖାଯାଇଥିଲା। ପରେ ବଜାରକୁ ବିକ୍ରି ପାଇଁ ପଠା ଯାଇଥାନ୍ତା। ତେବେ କେଉଁଠି ଏହି ଗୁଟ୍‍ଖା ପ୍ରସ୍ତୁତ ହୋଇଛି, ପୋଲିସ ସେନେଇ ମଧ୍ୟ ଯାଞ୍ଚ କରୁଛି। ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ଗୁଟ୍‍ଖା କାରଖାନାଗୁଡ଼ିକ ଉପରେ ବ୍ୟାପକ ଚଢ଼ଉ କରୁଛି ପୋଲିସ।

BjdElectrycity
Leave A Reply

Your email address will not be published.