ପୁରୀ : ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ମାସ । ହବିଷ୍ୟାଳୀ ମାନେ ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ । ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା ବ୍ୟବସ୍ଥା କରାଯାଇଛି । ୩ ହଜାର ହବିଷ୍ୟାଳୀ ରହିବା ପାଇଁ ୫ ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ହବିଷ୍ୟାଳୀ ଶିବିର ବନ୍ଦ ରହିଥିଲା।
ତେବେ କୋଭିଡ କଟକଣା ଉଠିବା ପରେ ଚଳିତ ବର୍ଷ ପୁଣି ହବିଷ୍ୟାଳୀ ଶିବିର ଆରମ୍ଭ ହୋଇଛି। ପୂରୀ ବଡ ଦାଣ୍ଡ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ନବ ନିର୍ମିତ ବହୁତଳ ପ୍ରସାଦ ବୃନ୍ଦାବତି ନିବାସରେ ୧୬୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା ରହିଛି ।ସେହିପରି ମୋଚି ସାହୀ କଲ୍ୟାଣ ମଣ୍ଡପ, ଅକ୍ଷୟ ପାତ୍ର ଫାଉଣ୍ଡେସନର ଗୃହ ମଧ୍ୟ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା ହୋଇଛି । ତେବେ ହବିଷ୍ୟାଳି ଶିବିରରେ ଯଦି କିଛି ଲୋକ ନ ଆସନ୍ତି ତାଙ୍କ ସ୍ଥାନରେ ରେଜିଷ୍ଟ୍ରେସନ କରି ନଥିବା ହବିଷ୍ୟାଳିଙ୍କୁ ରଖାଯିବ ।
ହବିଷ୍ୟାଳୀଙ୍କ ରହିବା, ମହା ପ୍ରସାଦ ସେବନ, ପୂଜାର୍ଚ୍ଚନା, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦୈନିକ ଦର୍ଶନ ପାଇଁ ଯେଉଁଭଳି କୌଣସି ଅସୁବିଧା ନ ହୁଏ ସେନେଇ ସ୍ବେଛାସେବୀଙ୍କୁ ନିୟୋଜିତ କରଯାଇଛି। ଏଥିସହିତ ଆଜି ସନ୍ଧ୍ୟାରେ ଭିଡିଓ କନଫେରନ୍ସି ମାଧ୍ୟମରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସମସ୍ତ ସୁବିଧା ଯୋଗାଇ ଦେଇଥିବାରୁ ହବିଷ୍ୟାଳୀ ମାନେ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି ।
Comments are closed.