Latest Odisha News

କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ , ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ପୌରାଣିକ କିମ୍ବଦନ୍ତୀ ଏବଂ ନୈତିକ ତଥା ମାନବିକ ଗୁଣବତ୍ତା ଆଧାରିତ ୪୫ଟି କାଳଜୟୀ ଲୋକକଥାର ପୁର୍ନଲିଖନ ଏହି ସଙ୍କଳନରେ ସ୍ଥାନିତ ହୋଇଛି । ସନ୍ତୋଷ କୁମାର ସାହୁଙ୍କର ସମ୍ପାଦନାରେ ଏହି ପୁସ୍ତକଟିକୁ ଭୁବନେଶ୍ୱରର ସାହିତ୍ୟିକ ସନ୍ତୋଷ କୁମାର ସାହୁଙ୍କର ସମ୍ପାଦନାରେ ମୁଦ୍ରିତ ଏହି ପୁସ୍ତକଟିକୁ ଭୁବନେଶ୍ୱରର ଝାରପଡ଼ାସ୍ଥିତ ଓସେନିକ ପ୍ରକାଶନ ସଂସ୍ଥା ପ୍ରକାଶ କରିଛନ୍ତି ଓସେନିକ ପ୍ରକାଶ କରିଛନ୍ତି ।

ପୁସ୍ତକଟିର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀ ବେହେରା, ଶ୍ରୀ ପାଢ଼ୀ ତାଙ୍କ ବହିରେ ଯେଉଁ ବିରଳ ଲୋକପ୍ରିୟ ଲୋକକଥାଗୁଡ଼ିକୁ ସନ୍ନିବେଶିତ କରିଛନ୍ତି ତାହା ଆମର ଯୁବ ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ନିଶ୍ଚିତ ଭାବେ ଅଦମ୍ୟ ଆଦର୍ଶ ଓ ଅଫୁରନ୍ତ ପ୍ରେରଣାର ଉତ୍ସ ସ୍ଥାପିତ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ସାରସ୍ୱତ ସମାରୋହରେ ପ୍ରସିଦ୍ଧ ଐତିହାସିକ ଅନୀଲ ଧୀର, ଯୁବ ନେତା ଅରବିନ୍ଦ କାନୁନ୍‍ଗୋ, ମାନସ ତ୍ରିପାଠୀ, ସାମ୍ବାଦିକ ସନ୍ତୋଷ ସାହୁ ଓ ଶ୍ରୀକାନ୍ତ ପାଟ୍ଟଯୋଶୀ , ବିଶ୍ୱରଞ୍ଜନ ପାଢ଼ୀ, ସମାଜସେବୀ ସୁବର୍ଣ୍ଣ କେଶରୀ ବଳିଆରସିଂହ ଓ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.