ନୂଆଦିଲ୍ଲୀ:ଇସ୍ରାଏଲ ଗାଜା ମଧ୍ୟରେ ଲଗାତାର ୨୧ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ମିଶି ୮,୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏମାନଙ୍କ ୩ ହଜାର ଶିଶୁ ଥିବା କୁହାଯାଉଛି । ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା । ଏହାପରେ ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଜୋରଦାର ଆକ୍ରମଣ କରିବା ଆରମ୍ଭ କରି ଦେଇଛି ।
ଇତିମଧ୍ୟରେ ଯୁଦ୍ଧକୁ ନେଇ ନେଇ ଆସିଛି ବଡ ଖବର । ଗୁରୁବାର ଗାଜାର ୨୫୦ଟି ଜାଗାରେ ଆକ୍ରମଣ କରିଛି । ଦ ଟାଇମ୍ସ ଅଫ ଇଜରାଏଲ ତଥ୍ୟ ଅନୁସାରେ, ଆଜି କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲର ଦକ୍ଷିଣ ଗାଜରେ ୪୮ଟି ସ୍ଥାନରେ ଆକ୍ରମଣ ହୋଇଛି । ଏଥିରେ ୪୮୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଲୋକମାନେ ଉତ୍ତର ଗାଜା ଛାଡିବା ପାଇଁ ଇସ୍ରାଏଲ ଚେତାବନୀ ଦେବା ପରେ ଏହି ଲୋକମାନେ ଏଠାକୁ ଆସିଥିଲେ ।
ସେପଟେ ହମାସ କହିଛି, ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରି ୫୦ ଜଣ ବନ୍ଧକଙ୍କୁ ମାରି ଦେଇଛି । କହି ରଖିବୁ, ଯୁଦ୍ଧ ଭିତରେ ହମାସ ଇସ୍ରାଏଲର ୨୨୪ ଜଣ ଲୋକଙ୍କୁ ବନ୍ଧକ ରଖିଥିଲା ଏବଂ ସେମାନଙ୍କୁ ଗାଜା ପଟିରେ ରଖିଥିଲା ।
ଗାଜାରେ ହମାସ ନିୟନ୍ତଣରେଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଇସ୍ରାଏଲ ପକ୍ଷରୁ ଲଗାତାର ଆକ୍ରମଣ କରାଯାଉଛି ଏବଂ ଏହି ଯୁଦ୍ଧରେ ୭୦୦୦ ଲୋକଙ୍କ ମୃତ୍ୟୁ ଘଟିଲାଣ । ସୀମାରେ ମୁତୟନ ଥିବା ଇସ୍ରାଏଲ ସେନା ଯଦି ଆକ୍ରମଣ କରନ୍ତି ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ।
BREAKING NEWS
- Nisha Maharana: ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ
- Weather Update: ପଶ୍ଚିମା ଝଡ଼ର ପ୍ରଭାବ: କମିବ ଶୀତ, ବଢ଼ିବ ରାତି ତାପମାତ୍ରା
- Leave Iran immediately: ତୁରନ୍ତ ଇରାନ ଛାଡ…ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କଲା ଭାରତ
- Capital Hospital: ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ; ଚିକିତ୍ସା ନମିଳିବାରୁ …
- Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ
- ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
Comments are closed.