Latest Odisha News

BREAKING NEWS

ହମାସ ସଂଗଠନର ଡେପୁଟି ହେଡ ନିହତ: ଇସ୍ରାଏଲ ବିରୁଦ୍ଧରେ କରୁଥିଲେ ଯୁ୍ଦ୍ଧ ଯୋଜନା

ନୂଆଦିଲ୍ଲୀ: ଥମିନି ଇସ୍ରାଏଲହମାସ ଯୁଦ୍ଧ ରବିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ହମାସ ଆତଙ୍କୀ ସଂଗଠନର ରିଜିଓନାଲ ଆର୍ଟିଲାରିର ଡେପୁଟି ହେଡ ମୁହମ୍ମଦ କଟମଶ ନିହତ ହୋଇଛନ୍ତି ଇସ୍ରାଏଲ ସୁରକ୍ଷା ବଳ(IDF) ପକ୍ଷରୁ ନେଇ ଘୋଷଣା କରାଯାଇଛି କଟମଶ ଆତଙ୍କବାଦୀ ସଂଗଠନର ସେଣ୍ଟ୍ରାଲ କ୍ୟାମ୍ପର ଦାୟିତ୍ୱ ସମ୍ଭାଳୁଥିଲେ ଗାଜା ପଟ୍ଟିରେ ସଂଘର୍ଷ ସମୟରେ ଇସ୍ରାଏଲ ବିରୋଧରେ ଫାୟାର ପ୍ଲାନିଂରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଇସ୍ରାଏଲ ସୁରକ୍ଷା ବଳ ଶନିବାର ହମାସର ଜଣେ କମାଣ୍ଡୋଙ୍କୁ ମଧ୍ୟ ଧରି ନେଇଛନ୍ତି

ଇସ୍ରାଏଲ ପୂର୍ବରୁ ଗାଜା ପଟ୍ଟିରେ ହମାସ ଆଡ୍ଡା ସ୍ଥଳୀକୁ ଟାର୍ଗେଟ କରିଥିଲା ଏବେ ୱେଷ୍ଟ ବ୍ୟାଙ୍କରେ ଥିବା ହମାସ ଆଡ୍ଡା ଉପରେ ଚଢାଉ ଆରମ୍ଭ କରିଛି ଇସ୍ରାଏଲ ଗତକାଲି ଇସ୍ରାଏଲି ସେନା ୱେଷ୍ଟ ବ୍ୟାଙ୍କରେ ଥିବାଏକ ମସଜିଦର ଅଣ୍ଡରଗ୍ରାଉଣ୍ଡ ଏରିଆ ଉପରେ ଆକ୍ରମଣ କରିଥିଲା ଏହା ଏକ ଆତଙ୍କବାଦୀଙ୍କର ଏକ ବଡ ଆଡ୍ଡା ଥିଲା ବୋଲି କୁହାଯାଉଛି

ଅଲଜଜିରାର ତଥ୍ୟ ଅନୁଯାୟୀ, ଗତ ରାତିରେ ଗାଜାରେ ସବୁଠାରୁ ବଡ ଧରଣର ସଂଘର୍ଷ ହୋଇଛି ଆଇଡିଏଫ ସହ ହୋଇଥିବା ଯୁଦ୍ଧରେ ହିଜବୁଲ୍ଲାର ଜଣ ସେନାଙ୍କର ମୃତ୍ୟୁ ଘଟିଛି

ପାଲେଷ୍ଟାଇନର ଚରମପନ୍ଥୀ ହମାସ ପକ୍ଷରୁ ଅକ୍ଟୋବର ତରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଏହି ଆକ୍ରମଣରେ ଇସ୍ରାଏଲର ୧୪୦୦ରୁ ଲୋକ ମୃତ୍ୟୁ ବରଣ କଲେଣି ପାଖାପାଖି ହଜାର ଲୋକ ଆହତ ହୋଇଛନ୍ତି ଅନ୍ୟପକ୍ଷେ ହମାସ ୨୧୫ ଜଣଙ୍କୁ ବନ୍ଧକ ରଖିଛି ପାଲେଷ୍ଟାଇନ ଅଧିକାରୀଙ୍କ ଅନୁସାରେ, ଇସ୍ରାଏଲହମାସ ଯୁଦ୍ଧ ଆରମ୍ଭ ହେବା ପରେ ଗାଜାରେ ଇସ୍ରାଏଲର ଆକାଶମାର୍ଗରୁ ହୋଇଥିବା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୬୫୧ ଜଣଙ୍କ ଜୀବନ ଗଲାଣି ୧୨, ୨୪୫ ଜଣ ଆହତ ହୋଇଛନ୍ତି

ରଏଟର୍ସର ସୂଚନା ଅନୁଯାୟୀ, ପାଲେଷ୍ଟାଇନର କହିବା ଅନୁଯାୟୀ, ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଚେତାବନୀ ଦିଆ ଯାଇଛି ସେନା ପକ୍ଷରୁ କୁହାଯାଇଛି, ଯଦି ସେମାନେ ସେଠାରେ ରୁହନ୍ତି ତେବେ ଆତଙ୍କୀ ସଂଗଠନ ପ୍ରତି ସେମାନଙ୍କର ସହନଭୂତି ଥିବା ବିଚାର କରାଯିବ ଇତିମଧ୍ୟରେ ଗାଜାରେ ମାନବୀୟ ସହାୟତା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି ମିଶର ମିଡିଆର କହିବା ଅନୁଯାୟୀ, ରବିବାର ୧୭ଟି ଟ୍ରକରେ ସହାୟତା ଗାଜାକୁ ପଠାଯାଇଛି ଅନ୍ୟପକ୍ଷେ ଶନିବାର ଖାଦ୍ୟ,ପାନୀୟ ନେଇ ୨୦ଟି ଟ୍ରକ ଯୁଦ୍ଧ ପାଲେଷ୍ଟାଇନକୁ ଯାଇଥିଲା

 

Comments are closed.