Latest Odisha News

BREAKING NEWS

ମୃତ୍ୟୁକୁ ଠକିଦେଲେ ଫର୍ମୁଲା ୱାନ ରେସର ହାମିଲଟନ

ରୋମ: ଚଳିତ ଇଟାଲିଆନ ଗ୍ରାଁ ପ୍ରି ରେସରେ ଆଜି ବଡ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ବ୍ରିଟେନର ଷ୍ଟାର ରେସର ଲୁଇସ ହାମିଲଟନ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । ରେସ ବେଳେ ରେଡବୁଲର ମାକ୍ସ ଭେରଷ୍ଟାପେନ ଓ ମର୍ସିଡିଜର ହାମିଲଟନଙ୍କ ମଧ୍ୟରେ ପରସ୍ପରକୁ ଅତିକ୍ରମ କରିବା ପାଇଁ ପ୍ରତିଦ୍ୱଦ୍ୱିତା ଚାଲିଥିଲା । ହଠାତ ଭେରଷ୍ଟାପେନଙ୍କ କାର ହାମିଲଟନଙ୍କ କାର ଉପରେ ଚଢ଼ିଯାଇଥିଲା । ଏଥିରେ ହାମିଲଟନ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ଆଘାତ ପାଇଥିଲେ ।

ମାତ୍ର ଅତ୍ୟାଧୁନିକ ଉପକରଣ ଯୋଗୁ ହାମିଲଟନ ମୃତ୍ୟୁକୁ ଅତି ପାଖରୁ ଠକିଦେଲେ କହିଲେ ଭୁଲ ହେବନି । ଏହି ଦୁର୍ଘଟଣା ଉଭୟ ପରସ୍ପରକୁ ଦାୟୀ କରିଥିଲେ । ପରେ ହାମିଲଟନ ଏବଂ ଭେରଷ୍ଟାପେନଙ୍କୁ ରେସରୁ ବାହାର କରି ଦିଆଯାଇଥିଲା ।

Leave A Reply

Your email address will not be published.