ଭୁବନେଶ୍ୱର: କରୋନା ଭୂତାଣୁ (କୋଭିଡ-୧୯)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ତଥା ସଚେତନତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ ପାଲଟିଛି ।
ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ ସଫା ରଖିବା ଅତ୍ୟନ୍ତ ଜରୁରି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)ର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅଭିନବ ଧରଣର ହାତ ସଫା ସାନିଟାଇଜର ମେସିନ ତିଆରି କରିଛନ୍ତି ।
ସାନିଟାଇଜର କିମ୍ବା ହ୍ୟାଣ୍ଡ ୱାଶ ଲଗାଇବାକୁ ହେଲେ
ଉକ୍ତ ମେସିନକୁ ଗୋଡ଼ ଦ୍ୱାରା ପରିଚାଳିତ କରିହେବ । ଏହାକୁ ହାତରେ ସ୍ପର୍ଶ ନକରି ଗୋଡ଼ରେ ଚାପିଲେ ସାନିଟାଇଜର ହାତରେ ପଡ଼ିବ ଓ ଏଥିରେ ସଫା କରାଯାଇପାରିବ ।
ଏହି ଅଭିନବ ମେସିନ ଉପଯୋଗ କରିବା ଦ୍ୱାରା ଦୂଷିତ ଜୀବାଣୁଯୁକ୍ତ ହାତରୁ ସଂକ୍ରମଣକୁ ପ୍ରତିରୋଧ କରାଯାଇପାରିବ । କାରଣ ସାନିଟାଇଜର ବୋତଲକୁ ବିଭିନ୍ନ ଲୋକ ହାତରେ ସ୍ପର୍ଶ କରିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥାଏ ।
ମାତ୍ର ଏହି ମେସିନ ଦ୍ୱାରା କେବଳ ଗୋଡ଼ ଜରିଆରେ ହାତକୁ ସାନିଟାଇଜ କରି ହେଉଥିବାରୁ ଏହି ଆଶଙ୍କାକୁ ଦୂର କରାଯାଇପାରିବ ।
“କରୋନା ମୁକାବିଲା ଲାଗି ଏହି ଅଭିନବ ସାନିଟାଇଜର ମେସିନ ତିଆରି କରିବା ପାଇଁ ୮୦୦ ରୁ ୧ ହଜାର ଟଙ୍କା ଖର୍ଚ୍ଚ ହେଉଛି” ବୋଲି ମାଲକାନଗିରି ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ରାଜେଶ ତ୍ରିପାଠୀ ପ୍ରକାଶ କହିଛନ୍ତି ।
Comments are closed.