Latest Odisha News

BREAKING NEWS

ରୋମାନ୍ସ ପାଇଁ ପୁରୁଷଙ୍କୁ ନିଯୁକ୍ତି କଲେ ଭିନ୍ନକ୍ଷମ ମହିଳା, ପାରିଶ୍ରମିକ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅଷ୍ଟ୍ରେଲିଆ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ପ୍ରେମ ପାଇବାକୁ ଚାହାଁନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ, ତାଙ୍କ ଜୀବନରେ ଏପରି କେହି ରହିବା ଉଚିତ୍‌, ଯିଏ ତାଙ୍କୁ ବହୁତ ଭଲ ପାଇବା ଦେଇପାରୁଥିବ ଏବଂ ଶାରୀରିକ ଆବଶ୍ୟକତା ପୂରଣ କରିପାରୁଥିବ । କିନ୍ତୁ ବହୁତ ଲୋକ ଅଛନ୍ତି ଯାହାଙ୍କର ଏହି ଇଚ୍ଛା ଚାପି ହୋଇ ରହି ଯାଇଥାଏ । ଅଷ୍ଟ୍ରେଲୀୟ ଭିନ୍ନକ୍ଷମ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ଏବେ ସେ ଏପରି କିଛି କରିଛନ୍ତି, ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ।

୪୩ ବର୍ଷିୟା ମେଲାନି ଅଷ୍ଟ୍ରେଲିଆରେ ରୁହନ୍ତି । ଯେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ମେରୁଦଣ୍ଡରେ ଏକ ସମସ୍ୟା ଯୋଗୁ ସେ ଠିକ୍ ଭାବେ ଚାଲିପାରିଲେ ନାହିଁ । ସେବେଠାରୁ ସେ ଏକ ହ୍ୱିଲ ଚେୟାରରେ ବସି ରହିଲେ । କରୋନା ଲକଡାଉନ୍ ସମୟରେ ସେ ଘରେ ରହିବା ପରେ ଜଣେ ପୁରୁଷଙ୍କ ଭଲପାଇବା ଆବଶ୍ୟକତା ଅନୁଭବ କଲେ । ସେତେବେଳେ ମନେ ପଡ଼ିଗଲା ତାଙ୍କ ସହାୟକ କର୍ମୀଙ୍କ କଥା । ଯିଏ ତାଙ୍କୁ ତାଙ୍କ ଅତୀତ ବିଷୟରେ କହିଥିଲେ, ଯେତେବେଳେ ସେ ଟଙ୍କା ପାଇଁ ସମ୍ପର୍କ ରଖୁୁଥିଲେ । ତା’ପରେ ମେଲାନି ଅନଲାଇନରେ ନିଜ ପାଇଁ ପୁରୁଷ ଖୋଜିବା ଆରମ୍ଭ କଲେ ।

ପରେ ଚେସି ନାମକ ଏକ ଏସକର୍ଟ ପାଇଲେ, ଯିଏ ଟଙ୍କା ପାଇଁ ସମ୍ପର୍କ ରଖନ୍ତି । ମେଲାନି କହିଛନ୍ତି ଯେ, ସେ ତାଙ୍କ ହେଲପରଙ୍କ ସହ ଚେସିଙ୍କ ଘରେ ପହଞ୍ôଚଲେ । ହେଲେ ସେ ଭିନ୍ନକ୍ଷମ ଦେଖି ଚେସି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ମେଲାନି ନିଜ ବିଷୟରେ ସବୁ କଥା ଚେସିଙ୍କୁ ଜଣାଇଲେ । ସବୁ ଜାଣିବା ପରେ ଚେସି ସାହାଯ୍ୟ କରିବାକୁ ରାଜି ହୋଇଥିଲେ । ମେଲାନି ଦୁଇ ଦିନକୁ ଲକ୍ଷେ ଟଙ୍କା ଲେଖାଏଁ ଚେସିଙ୍କୁ ଦେବେ ବୋଲି କହିଥିଲେ । ଏଥିରେ ଚେସି ରାଜି ହୋଇଗଲେ । ଅଳ୍ପ ଦିନରେ ଦୁହେଁ ବହୁତ ଭଲ ବନ୍ଧୁ ପାଲଟିଗଲେ ।

ଚେସିି କହିଛନ୍ତି ଯେ, ସେ ମେଲାନୀଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଚେସୀ ମଧ୍ୟ ସେମାନଙ୍କ ସେବା ପାଇଁ ଟଙ୍କା ଆଦାୟ କରନ୍ତି । ସେ ୧ ଘଣ୍ଟା ପାଇଁ ପ୍ରାୟ ୨୧ ହଜାର ଟଙ୍କା ଚାର୍ଜ କରିଥାନ୍ତି । ମେଲାନି ବହୁତ ଭଲ ଝିଅ । ଯେକେହି ତାଙ୍କ ପ୍ରେମରେ ପଡ଼ିବେ, କିନ୍ତୁ ଯେତେବେଳେ ସେ ତାଙ୍କ ସହ ସମୟ ବିତାଉଥିଲେ, ସେ ବାରମ୍ବାର ନିଜକୁ ମନେ ପକାଉଥିଲେ ଯେ ଏହା ଏକ ବୃତ୍ତିଗତ ସମ୍ପର୍କ ।

Leave A Reply

Your email address will not be published.