Latest Odisha News

ରାଜଧାନୀର ଏକ ହୋଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ରାଜସ୍ଥାନର‌ କ୍ଷେତ୍ରୀର ମିହିର ସି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ମୃତକ ଜଣକ ନିଜକୁ ଅବସରପ୍ରାପ୍ତ ସେନା କର୍ମଚାରୀ ପରିଚୟ ଦେଇଥିଲେ। ସେ ଗତ ୨ରୁ ୩ ବର୍ଷ ହେଲା ସେହି ହୋଟେଲକୁ ପ୍ରତି ୪ରୁ ୫ ମାସ ବ୍ୟବଧାନରେ ଆସୁଥିବା ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆଜି ଅପରାହ୍ନରେ ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ହୋଟେଲ ରୁମରେ ସନ୍ଦେହଜନକ ମୃତଦେହ ଥିବା କ୍ୟାପିଟାଲ ଥାନାକୁ ଖବର ଆସିଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ହୋଟେଲରେ ରୁମରେ ବ୍ୟକ୍ତି ଜଣଙ୍କ ବେକରେ ଏକ ବେଡସିଟ ଗୁଡା ହୋଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।ପୋଲିସ ହୋଟେଲରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟକୁ ଖବର ଦେବା ସହ ତଦନ୍ତ ଜାରି ରଖିଛି ।

 

 

 

 

 

Comments are closed.