Latest Odisha News

BREAKING NEWS

ଯୁବକଙ୍କ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ: ବିନା ସହାୟତାରେ ସିଡ଼ି ଛିଡା କରି ଚଢିଲେ

ଆଜିକାଲି ସୋସିଆଲ ମିଡିଆରେ ଆମେ ଅଜବ ଭିଡ଼ିଓ ଦେଖିବାକୁ ପାଇଥାଉ,ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ନିକଟରେ ଏମିିତି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିନା ସହାୟତାରେ ସିଡ଼ିକୁ ଠିଆ କରି ଚମତ୍କାର ଭାବେ ଚଢୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଏହି ଭିଡିଓରେ ବିଜ୍ଞାନର ସମସ୍ତ ନିୟମ ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି ।

ସାଧାରଣତଃ ସିଡ଼ିକୁ କାନ୍ଥ କିମ୍ବା ଖମ୍ବ ଉପରେ ଢିରା ରଖି ଲୋକେ ଉପରକୁ ଚଢିଥାନ୍ତି । କିନ୍ତୁ ଭିଡ଼ିଓରେ ଦେଖିବାକୁ ମିଳିଛି , ଜଣେ ଯୁବକ ଗୋଟେ ସିଡ଼ି ଧରି ଖୋଲା ସ୍ଥାନକୁ ଆସିଛନ୍ତି । ସିଡ଼ିକୁ ତଳେ ରଖି ବିନା ସହାୟତାରେ ତାକୁ ଠିଆ କରି ସେଥିରେ ଗୋଟେ ପରେ ଗୋଟେ ପାହାଚ ଚଡୁଛନ୍ତି । ଯୁବକ ଜଣକ ଏପରି ଷ୍ଟଣ୍ଟ ଦେଖାଇ ମାଧ୍ୟାକର୍ଷଣ ନିୟମକୁ ଖଣ୍ଡନ କରିଛନ୍ତି । ଯୁବକଙ୍କ ଏପରି ଷ୍ଟଣ୍ଟ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେବା ସହ ଯୁବକଙ୍କ ସାହସକୁ ପ୍ରଶଂସା କରିଛନ୍ତି । ଯୁବକ ନିଜର ସନ୍ତୁଳନକୁ ଚମତ୍କାର ଭାବେ ରକ୍ଷା କରିଛନ୍ତି । ତାଙ୍କର ଏପରି ଏକ ପ୍ରଦର୍ଶନ ଦେଖିଲେ ଲୋକମାନେ ମାଧ୍ୟାକର୍ଷଣ ଶକ୍ତି କ’ଣ ଭୁଲିଯିବେ ବୋଲି କିଛି ମତ ଦେଇଛନ୍ତି । ଏହା ଏକ କଳା, ଏଥିଲାଗି ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହା ସମସ୍ତେ କରିପାରିବେ ନାହିଁ ବୋଲି ମଧ୍ୟ ଆଉ କିଛି ମତ ରଖିଛନ୍ତି ।

Comments are closed.