ବ୍ୟୁରୋ: ଅଭିନେତା ବରକୁ ଟେକୀ କନ୍ୟା । ବିବାହ କରିବେ ସାଉଥ୍ ଅଭିନେତା ତେଜା ସଜ୍ଜା । ହନୁମ୍ୟାନ୍ ଚଳଚ୍ଚିତ୍ରରୁ ଲାଇମଲାଇଟକୁ ଆସିଥିବା ତେଜା ନିଜ ଜୀବନର ଆଉ ଏକ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି । ସୋମବାର ହାଇଦ୍ରାବାଦର ବଂଜାରା ହିଲ୍ସ ସ୍ଥିତ ତାଜ୍ କ୍ରୀଷ୍ଣା ହୋଟେଲରେ ଆୟୋଜିତ ଭବ୍ୟ ଉତ୍ସବରେ ନିର୍ବନ୍ଧ କରିଛନ୍ତି ତେଜା । ତେଜାଙ୍କ ଭାବି ପତ୍ନୀ ହେଉଛନ୍ତି ମୌର୍ଯ୍ୟା । ତାଙ୍କର ଚଳଚ୍ଚିତ୍ର ଜଗତ ସହ କୌଣସି ସମ୍ପର୍କ ନାହିଁ କି ସେ ଫିଲ୍ମ ଦୁନିଆ ବିଷୟରେ କିଛି ଜାଣନ୍ତିନିା ସେ ବାପାଙ୍କ ସହ ଆମେରିକାରେ ବଢିଛନ୍ତି ଏବଂ ଟେକନୋଲୋଜି ସେକ୍ଟରରେ କାମ କରନ୍ତି । ଉଭୟଙ୍କ ପରିବାର ଏହି ବିବାହ ସମ୍ବନ୍ଧ ସ୍ଥିର କରିଥିବା ପୂର୍ବରୁ ତେଜା କହିଥିଲେ । ନିଜ ବ୍ୟକ୍ତିଗତ ଜୀବନକୁ ଲୋକଲୋଚନରୁ ଦୂରେଇ ରଖିବାକୁ ଚାହାନ୍ତି ତେଣୁ ପରିବାର ଓ ସୀମିତ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି ଜଣାଶୁଣା ଲୋକଙ୍କ ଗହଣରେ ନିର୍ବନ୍ଧ ସରିଥିବା ସୂଚନା ମିଳିଛି । ଉଭୟଙ୍କୁ ଆଶିର୍ବାଦ ଦେବାକୁ ତେଲୁଗୁ ଚଳଚ୍ଚିତ୍ର ଜଗତର ଓ ରାଜନୀତି କ୍ଷେତ୍ରର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ । ଅଭିନେତା, ରିଚଂଜୀବୀ, ରାଣା ଡଗୁବତୀ, ନାନି, ରବି ତେଜା, ଆଦିବି, ନିଧି , ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ନିଦେ୍ର୍ଦଶକ ପ୍ରଶାନ୍ତ ବର୍ମା ଓ ଅନୀଲ ରାବିପୁଡି ପ୍ରମୁଖ ସାମିଲ ହୋଇଥିଲେ । ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଦୁହେଁ । ତେଜାଙ୍କ ଅଭିନୀତି ଫିଲ୍ମ ଗୁଡିକ ମଧ୍ୟରେ ଜୁମ୍ବି ରେଡୀ ଓ ହନୁମ୍ୟାନ୍ ଯାହା ଦଶ ର୍କଙ୍କୁ ଖୁବ୍ ପସନ୍ଦ ଆସିଛି । ତାଙ୍କ ଅପକମିଂ ପ୍ରୋଜେକ୍ଟରେ ରହିଛି ଜୁମ୍ବୀ ରେଡ୍ଡୀର ଦ୍ୱିତୀୟ ପାର୍ଟ ଏବଂ ଜୟ ହନୁମାନ ଫିଲ୍ମରେ ନଜର ଆସିବେ ତେଜା ସାଜ୍ଜା ।
BREAKING NEWS
- କିମ୍ସରେ ଜଟିଳ ଅସ୍ତ୍ରୋପଚାର; ନୂଆ ଜୀବନ ପାଇଲା ୪ ମାସର ଶିଶୁକନ୍ୟା
- ‘ହନୁମ୍ୟାନ୍’ ଅଭିନେତା ତେଜା ସଜ୍ଜାଙ୍କ ନିର୍ବନ୍ଧ
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ: ୪ ଜଣ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
- OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଭାସ୍କର ଜ୍ୟୋତି ଶର୍ମା
- ବର୍ଜ୍ୟବସ୍ତୁରୁ ବିଦ୍ୟୁତ୍ ଉତ୍ପାଦନ: ଘୁଷୁରି ମଳମୂତ୍ରରୁ ଦେଶର ୪୦% ଗ୍ୟାସ୍ ଚାହିଦା ପୂରଣ କରୁଛି ଡେନମାର୍କ
- ଦିଲ୍ଲୀରେ ଦୁଇ ମହଲା କୋଠା ଭୁଶୁଡି ଜଣେ ଶିଶୁ ସମେତ ୨ ମୃତ
- IPLରୁ ଅବସର ନେଲେ ଧୋନି, ୨୦୨୭ ଯାଏଁ ରହିବେ…
- ଦକ୍ଷିଣ ଗୋପାଳପୁରରୁ ୭୯୦ କିମି. ଦୂରରେ ବାତ୍ୟା ‘Akvan’
- All Party Meet: କାଲିଠୁ ଆରମ୍ଭ ବିଧାନସଭା, ସବୁଦଳର ସହଯୋଗ ଲୋଡିଲେ ବାଚସ୍ପତି, ବାତ୍ୟା-ବନ୍ୟା ପ୍ରସଙ୍ଗରେ ଉଷ୍ମ ହେବ ଶୀତ ଅଧିବେଶନ
- ‘Remembering Humane Sagar’ ସ୍ୱର ନୀରବ, ଗୀତ ଆଜିବି ଗୁଂଜରିତ: ସ୍ମୃତିପଟରେ ଏବେବି ଜୀବିତ ହ୍ୟୁମାନ