ସମ୍ବଲପୁର: ରାଇରଖୋଲ ଥାନା ଅନ୍ତର୍ଗତ ଚାରବାଟୀ ଅଞ୍ଚଳରେ ହନୁମାନ କଏନ ରାକେଟ୍ ଠାବ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ମିଶ୍ର (୫୪), ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳର ସତ୍ୟରଞ୍ଜନ ଜେନା (୪୦) ଓ ସୁନ୍ଦରଗଡ଼ ଜିଲ୍ଲା ସାନକ୍ରପାଶାର ସଚିନ୍ଦ୍ର ପଟେଲ (୩୮)। ସେମାନଙ୍କ ନିକଟରୁ ୭ଟି ହନୁମାନ ମୁଦ୍ରା, ୩୮ ହଜାର ଟଙ୍କା, ୧୦ଟି ମୋବାଇଲ ଓ ଗୋଟିଏ ଚାରିଚକିଆ ଗାଡ଼ି ଜବତ କରାଯାଇଛି।
ରାଇରଖୋଲ ଏସଡିପିଓ ପ୍ରଶାନ୍ତ ମେହେର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ପୁଲିସର ଏକ ଟିମ୍ ଚାରବାଟି ନିକଟରେ ଏକ କାରକୁ ଅଟକାଇ ଯାଞ୍ଚ କରିବା ପରେ ଗାଡି ଭିତରେ ହନୁମାନ ମୁଦ୍ରା ଥିବା ଦେଖିବାକୁ ପାଇଥିଲେ। ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ କିଛି ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ବୋଲି ସେ କହିଛନ୍ତି।
Comments are closed.