Latest Odisha News

BREAKING NEWS

ରାମନବମୀ, ହନୁମାନ ଜୟନ୍ତି ପ୍ରସ୍ତୁତି: ସମ୍ବଲପୁରରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

ସମ୍ବଲପୁର: ସମ୍ବଲପୁରରେ ଚାଲିଛି ରାମ ନବମୀ ଏବଂ ହନୁମାନ ଜୟନ୍ତି ପାଇଁ ପ୍ରସ୍ତୁତି । ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବ୍ୟପକ ପୋଲିସ ଫର୍ସ ମୁତୟନ କରିଛି ପ୍ରଶାସନ । ଏଥିସହ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି । ସମ୍ବଲପୁରରେ ମୁତୟନ ହେବେ ୨ କଂପାନୀ ବିଏସ୍‌ଏଫ୍ ଫୋର୍ସ ଏବଂ ୧ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ । ଏଥିସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ବି ମୁତୟନ ହେବେ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ।

ସୂଚନାଯୋଗ୍ୟ, ଚଳିତବର୍ଷ ରାମ ନବମୀ ଆସନ୍ତା ଏପ୍ରିଲ ୬ରେ ଓ ହନୁମାନ ଜୟନ୍ତୀ ୧୪ରେ ପଡ଼ୁଛି । ତେଣୁ ଆଗକୁ ଏହି ପର୍ବ ପାଳନ କରାଯିବାକୁ ଥିବା ଶୋଭାଯାତ୍ରାରେ  ଗଣ୍ଡଗୋଳର ସମ୍ଭାବନା ରହିଥିବା ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଗତକାଲି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଶୋଭାଯାତ୍ରା ବେଳେ ବ୍ୟାପକ ବିଶୃଙ୍ଖଳାର ସମ୍ଭାବନା ରହିଥିବାରୁ ଏହି ଉତ୍ସବ ପାଳନ ବେଳେ କେନ୍ଦ୍ରୀୟ ସୁରକ୍ଷା ବଳର ମୁତୟନ କରାଯିବା ଉଚିତ ବୋଲି ଆବେଦନକାରୀ କୋର୍ଟରେ ପାର୍ଥନା କରିଥିଲେ । ଅନ୍ୟପଟେ ଏନେଇ ରାଜ୍ୟ ସରକାର ମଧ୍ୟ ଏହା ଉପରେ ଜବାବ ରଖିଥିଲେ।

Comments are closed.