Latest Odisha News

ହାପି ବର୍ଥ ଡ଼େ’ ଛୋଟେ ମିଆଁ ଗୋବିନ୍ଦା.. .

ମୁମ୍ବାଇ: ମଲ୍ଟି ଟ୍ୟାଲେଣ୍ଟେଡ଼ ଷ୍ଟାର ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ହୃଦରେ ରାଜ୍ କରୁଛି । ୯୦ଦଶକରେ ସେ ଏପରି ଅନେକ ଫିଲ୍ମ କରିଛନ୍ତି ଯାହା ଆଜିବି ତାଙ୍କ ଫ୍ୟାନ୍ସ ଦେଖିଲା ମାତ୍ରେ ନହସି ରହିପାରନ୍ତି ନାହିଁ । ସେହି ସମୟରେ ଗୋବିନ୍ଦା ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଯାଉଥିଲା । କମେଡ଼ି, ରୋମାନ୍ସ ହେଉ ବା ଆକ୍ସନ ଗୋବିନ୍ଦା ଫ୍ୟାନ୍ସଙ୍କୁ ଭରପୁର ମନୋରଞ୍ଜନ କରିଛନ୍ତି । ଆକ୍ଟିଂ ହେଉ ବା ଡ଼୍ୟାନ୍ସ ସବୁଠି ନିଜ କରାମତି ଦେଖାଇଛନ୍ତି ଗୋବିନ୍ଦା ।

ଆଜି ବଲିଉଡ଼ର ଛୋଟେ ମିଆଁ ଗୋବିନ୍ଦାଙ୍କ ଜନ୍ମଦିନ । ସୁପରଷ୍ଟାର ଗୋବିନ୍ଦା ତାଙ୍କ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏନେଇ ଗୋବିନ୍ଦାଙ୍କୁ ବଲିଉଡ଼ ଓ ଫ୍ୟାନ୍ସଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଗୋବିନ୍ଦାଙ୍କ ପୁରା ନାଁ ଗୋବିନ୍ଦ ଅରୁଣ ଆହୁଜା । ମୁମ୍ବାଇରେ ୧୯୬୩ ମସିହା ୨୧ ଡ଼ିସେମ୍ବରରେ ତାଙ୍କର ଜନ୍ମ । ଗୋବିନ୍ଦାଙ୍କ ପିତାଙ୍କ ନାମ ଅରୁଣ କୁମା ଆହୁଜା, ମାତାଙ୍କ ନାମ ନିର୍ମଳା ଦେବୀ । ତାଙ୍କ ପିତା, ମାତା ଉଭୟ ଫିଲ୍ମ ସହ ଜଡ଼ିତ ।

ତାଙ୍କ ଅଭିନୀତ ଗୀତ ଗୁଡ଼ିକ ହେଲା ‘ସୁନୋ ମିଆଁ’, ‘ଲାଲ ଦୁପଟା ବାଲି’, ‘କିସି ଡ଼ିସ୍କୋମେଁ ଯାଏଁ’, ‘ଓଏ ରାଜୁ’, ‘ଆଖିଓଁ ସେ ଗୋଲି ମାରେ’, ‘ହ୍ୱାଟିଜ୍ ୟର ମୋବାଇଲ ନମ୍ବର’, ‘ସୋନା କିତନା ସୋନା ହେ’, ଏମିତି ଆହୁରି ଅନେକ । ଗୋବିନ୍ଦାଙ୍କ ଡ଼୍ୟାନ୍ସ ଷ୍ଟାଇଲ ଯୋଗୁଁ ସେ ବଲିଉଡ଼ରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ‘ହିରୋ ନମ୍ବର ୱାନ’, ‘କୁଲି ନମ୍ବର ୱାନ’ କୁହନ୍ତୁ ବା ‘ରାଜା ବାବୁ’, ‘ଆଣ୍ଟି ନମ୍ବର ୱାନ୍’ ସବୁଥିରେ ନିଜ ଅଭିନୟର ନିଆରା ଝଲକ ଦେଖାଇଛନ୍ତି ଗୋବିନ୍ଦା ।

Comments are closed.