Latest Odisha News

BREAKING NEWS

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି ତାଙ୍କର ଏହି ସ୍ୱତନ୍ତ୍ର ଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

BjdElectrycity

 

୧୦ ଜାନୁଆରୀ ୧୯୭୪ରେ ହ୍ରିତିକଙ୍କ ଜନ୍ମ । ହ୍ରିତିକ ରୋଶନ ବଲିଉଡ଼ର ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ପୁଅ । ସୁପରଷ୍ଟାର ହ୍ରିତିକ ନିଜ ଡ଼୍ୟାନ୍ସ ଓ ଅଭିନୟ ପାଇଁ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ତାଙ୍କର ଫିଲ୍ମ ‘କହୋ ନା ପ୍ୟାର ହୈ’ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ଏହାପରେ ସେ ରାତାରାତି ସୁପରଷ୍ଟାର ହୋଇଗଲେ । ପରେ ପରେ ‘କଭି ଖୁସି କଭି ଗମ୍’, ‘କ୍ରିସ୍’, ‘କୋଇ ମିଲ୍ ଗୟା’, ‘ଧୁମ୍-୨’, ‘ଯୋଦ୍ଧା ଆକବର’, ‘ମୁଝସେ ଦୋସ୍ତି କରୋଗୀ’, ‘ଅଗ୍ନିପଥ‘ , ‘ୱାର’, ‘ଗୁଜାରିଷ’, ‘ଜିନ୍ଦେଗୀ ନା ମିଲେଗି ଦୋବାରା’ରେ ଆଦି ବିଭିନ୍ନ ଫିଲ୍ମରେ ଡ଼୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଛନ୍ତି ।

ହ୍ରିତିକଙ୍କ ଏହି ସ୍ୱତନ୍ତ୍ର ଦିନରେ ତାଙ୍କର ଆଗାମୀ ଫିଲ୍ମ ‘ବିକ୍ରମ ୱେଧା’ର ଫାଷ୍ଟ ଲୁକ୍ ରିଲିଜ୍ କରିଦିଆଯାଇଛି । ହ୍ରିତକଙ୍କ ଫ୍ୟାନ୍ସ ବହୁ ସମୟରୁ ହିଁ ଫିଲ୍ମରେ ହ୍ରିତକଙ୍କ ଲୁକକୁ ଦେଖିବାକୁ ଅପେକ୍ଷା କରି ରହିଥିଲେ । ଟି-ସିରିଜ ହ୍ରିତିକଙ୍କ ଫାଷ୍ଟ ଲୁକ୍ ରିଲିଜ୍ କରିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ଫିଲ୍ମ ୩୦ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.