Latest Odisha News

BREAKING NEWS

୫୫ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ଦବଙ୍ଗ ବଏ୍‌ ସଲ୍‌ମାନ ଖାନ୍‌

ନୂଆଦିଲ୍ଲୀ: ସଫଳତା ଏବଂ ଷ୍ଟାରଡମର ଅଦ୍ୱିତୀୟ ନାମ ହେଉଛନ୍ତି ବଲିଉଡ୍‌ର ଦବଙ୍ଗ୍‌ ସଲମାନ ଖାନ।। ୨୭ ଡିସେମ୍ବର ୧୯୬୫ରେ ଜନ୍ମିଥିବା ସଲ୍‌ମାନ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ହିଟ୍‌ ଫିଲ୍ମ ତାଲିକାରେ ସଲ୍‌ମାନଙ୍କ ଫିଲ୍ମର ଲମ୍ବା ଲିଷ୍ଟ ରହିଛି। କିନ୍ତୁ ସଲମାନଙ୍କ ଜୀବନରେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ଫ୍ଲପ୍ ହେଉଥିଲା। ତଥାପି, ସଲମାନ ପ୍ରତ୍ୟେକ ଥର ନିଜ ପ୍ରୟାସ ଜାରି ରଖିଥିଲେ। ଯେଉଁଥିପାଇଁ ସେ ଆଜି ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ସଫଳ ନାୟକ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ସଲମାନ ୧୯୮୮ ରେ ‘ବିବି ହୋ ତୋ ଐସି’ରେ ସହ କଳାକାର ଭାବେ ବଲିଉଡ୍‌ରେ ପାଦ ଦେଇଥିଲେ। ଏହାପରେ ୧୯୮୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମେନ୍ ପ୍ୟାର କିୟା’ ସଲମାନଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା।

୧୯୯୪ ରେ ରିଲିଜ୍‌ ହୋଇଥିବା ‘ହମ୍‌ ଆପ୍‌କେ ହେ କୌନ୍‌’ ଫିଲ୍ମଟି ଏକ ବ୍ଲକବଷ୍ଟର ମୁଭି ଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ମାଧୁରୀ ଦୀକ୍ଷିତ ମୁଖ୍ୟ ଭୂମିକାରେ ଥିଲେ। ‘ହମ୍‌ ଆପ୍‌କେ ହେ କୌନ୍‌’ ପୁଣି ଥରେ ସଲମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା। ତା’ପରେ ୨୦୧୦ ରେ ଆସିଥିବା ଫିଲ୍ମ ଦବାଙ୍ଗ ସଫଳତା ଏକ ନୂତନ ସ୍ଥାନ ଦେଇଥିଲା। ଏହା ପରେ ସଲମାନ ପଛକୁ ଚାହିଁଲେ ନାହିଁ ଏବଂ ବର୍ଷକୁ ବର୍ଷ ସଫଳ ପ୍ରଦର୍ଶନ କରିଚାଲିଲେ। ବଜରଙ୍ଗୀ ଭାଇଜାନ୍‌, ସୁଲତାନ୍‌ ଭଳି ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସଲ୍‌ମାନ। ତାଙ୍କ ଫିଲ୍ମ କ୍ୟାରିଅର୍‌ରେ ସେ ଯେତିକି ସଫଳତା ହାସଲ କରିଛନ୍ତି ଲଭ୍‌ ଲାଇଫ୍‌ରେ କିନ୍ତୁ ସେ ସେତିକି ବିଫଳତାକୁ ସାମ୍‌ନା କରିଛନ୍ତି। ଐଶ୍ବର୍ଯ୍ୟା, କାଟ୍ରିନାଙ୍କ ଭଳି ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡା ଯାଇଛି। ତେବେ ଆଜି ସଲ୍‌ମାନଙ୍କ ୫୫ ତମ ଜନ୍ମଦିନ ଅବସରରେ ତାଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛା ମିଳିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.