Latest Odisha News

ହାପି ବର୍ଥ ଡେ’ ତମନ୍ନା

ମୁମ୍ବାଇ : ଆଜି ହେଉଛି ସାଉଥ୍ ଆକ୍ଟ୍ରିସ୍ ତମନ୍ନା ଭାଟିଆଙ୍କ ବର୍ଥ ଡେ । ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି ତମନ୍ନା । ଏନେଇ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଏଥର ବର୍ଥ ଡେ’ କୁ ଫ୍ରେଣ୍ଡ ଓ ଫ୍ୟାମିଲଙ୍କ ସହ ସେଲିବ୍ରେସନ କରୁଛନ୍ତି ତମନ୍ନା । ତମନ୍ନା ତାଙ୍କ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ ମଧ୍ୟ କରିଛନ୍ତି ।

୧୯୮୯ ମସିହା ଡିସେମ୍ବର ୨୧ରେ ତମନ୍ନାଙ୍କ ମୁମ୍ବାଇରେ ଜନ୍ମ । ସେ ଜଣେ ଭଲ ମଡେଲ ସହ ଭଲ ଅଭିନେତ୍ରୀ ମଧ୍ୟ । ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ ତମନ୍ନା । ତମନ୍ନାଙ୍କ ବାହୁବଳୀ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହୋଇଥିବା ବେଳେ ଏହି ମୁଭିଟିକୁ ଦର୍ଶକମାନେ ଖୁବ୍ ତାରିଫ କରିଥିଲେ ।

ତମନ୍ନା ମଧ୍ୟ ଅଳ୍ପ ବଲିଉଡ୍ ଫଲ୍ମରେ ଆକ୍ଟିଂ କରିଛନ୍ତି । ୨୦୦୫ ମସିହାରେ ତମନ୍ନାଙ୍କ ପ୍ରଥମ ହିନ୍ଦି ଫିଲ୍ମ ଥିଲା ‘ ଚାନ୍ଦ ସେ ରୋସନ ଚେହେରା’ । ୨୦୦୭ରେ ତମନ୍ନା ତେଲୁଗୁ ଫିଲ୍ମ ‘ହାପି ଡେସ୍’ରେ ମଧ୍ୟ ଅଭିନୟ କରିଥିଲେ । ୨୦୦୯ରେ ତାମିଲ ଫିଲ୍ମ ‘ଆୟନ୍’ ଏବଂ ‘ପାୟା’ ଅଭିନୟ କରିଥିଲେ ତମନ୍ନା ।

୨୦୧୦ରେ ସିରୁଥାଇ ଫିଲ୍ମରେ ନିଜର ଅଭିନୟର ଯାଦୁଗରୀ ଦେଖାଇଥିଲେ ତମନ୍ନା । ପରେ ୨୦୧୧ରେ ‘ଭର୍ମା’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଅଭିନୟର ଯାଦୁଗରୀ ଦେଖାଇଥିଲେ ତମନ୍ନା । ଆଜି ତମନ୍ନାଙ୍କ ଜନ୍ମ ଦିନ ହୋଇଥିବାରୁ ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ସେଲିବ୍ରେସନ କରୁଛନ୍ତି ସାଉଥ୍ କୁଇନ୍ ତମନ୍ନା ।

Comments are closed.