Latest Odisha News

BREAKING NEWS

ଆଇପିଏଲ ନ ଖେଳିବା ପାଇଁ ଅନ୍ୟ ବୋର୍ଡକୁ କହିଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଆୟୋଜକ ପାକିସ୍ତାନ ସମସ୍ତ କ୍ଷେତ୍ରରେ ଅପମାନିତ ହୋଇଛି । ଏହା ଦେଶର ଅନେକ ପୁରୁଣା ଖେଳାଳିଙ୍କୁ ପ୍ରତିକ୍ରିୟାଶୀଳ କରାଇଛି । ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ ଅନ୍ୟ ବୋର୍ଡକୁ ଆଇପିଏଲରେ ନ ଖେଳିବା ପାଇଁ ଅନୁରୋଧ କରିଛନ୍ତି । ଯଦି ବିସିସିଆଇ ତାର ଖେଳାଳିଙ୍କୁ ଅନ୍ୟ ଦେଶରେ ହେଉଥିବା ଟି୨୦ ଲିଗରେ ଖେଳିବା ପାଇଁ ଅନୁମତି ଦେଉନି ତେବେ ଆମମାନଙ୍କୁ ମଧ୍ୟ ସମାନ ନୀତି ଅବଲମ୍ବନ କରିବାକୁ ପଡିବ । ଭାରତର ମହିଳା ଖେଳାଳିମାନେ ଅନ୍ୟ ଟି୨୦ ଲିଗରେ ଖେଳୁଥିଲେ ମଧ୍ୟ ପୁୁରୁଷ ଖେଳାଳିମାନେ ଆଇପିଏଲ ବ୍ୟତୀତ ଅନ୍ୟ ଲିଗରେ ଅଂଶଗ୍ରହଣ କରୁ ନାହାନ୍ତି ।

ଏଥିପାଇଁ ବିସିସିଆଇ ସେମାନଙ୍କ ଉପରେ ପ୍ରତିବନ୍ଧ ଲଗାଇଛି । ଜଣେ ଖେଳାଳି ଅବସର ନେବା ପରେ ଅନ୍ୟ ଟି୨୦ ଲିଗରେ ଖେଳିପାରିବ ବୋଲି ବିସିସିଆଇ ନିୟମ ରଖିଛି । ଗତ ବର୍ଷ ଦୀନେଶ କାର୍ତିକ ଅବସର ନେବା ପରେ ଏସଏ ୨୦ରେ ଖେଳିଥିଲେ । ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ରୁ ଆଇପିଏଲର ପରବର୍ତୀ ସଂସ୍କରଣ ଆରମ୍ଭ ହେବ । ଆଇପିଏଲରେ ପାକିସ୍ତାନ ଖେଳାଳିଙ୍କ ଖେଳିବା ଉପରେ କଟକଣା ରହିଛି ।

Leave A Reply

Your email address will not be published.