Latest Odisha News

ପ୍ରଧାନମନ୍ତ୍ରୀ ବଦଳାଇଲେ ସୋସିଆଲ ମିଡିଆ ଆକାଉଣ୍ଟସ ଡିପି, ରଖିଲେ ତ୍ରିରଙ୍ଗା

ନୂଆଦିଲ୍ଲୀ:ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକେଉଣ୍ଟସ ଡିପି । ଏବେ ପ୍ରଧାନମନ୍ତ୍ରୀଙ୍କ ଡିପିରେ ଆଉ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବନି । ଦେଖିବାକୁ ମିଳିବ ତ୍ରିରଙ୍ଗା ପତାକା ।ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କୀ ଅମୃତ ମହୋତ୍ସବ ପାଳନ କରୁଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ମୋଦି ନିଜ ସୋସିଆଲ ମିଡିଆ ଆକାଉଣ୍ଟସର ଡିପି ବଦଳାଇ ତ୍ରିରଙ୍ଗା ରଖିଛନ୍ତି ।

ମୋଦି ଟୁଇଟ କରି ସାରା ଦେଶବାସୀଙ୍କୁ ଡିପିରେ ତ୍ରିରଙ୍ଗା ରଖିବା ପାଇଁ ନିବେଦନ କରିଛନ୍ତି । ନିଜ ନିଜ ଡିପିରେ ତ୍ରରଙ୍ଗା ରଖି ଏହି ନିଆରା ଉଦ୍ୟମକୁ ସମର୍ଥନ କରିବାକୁ କହିଛନ୍ତି । ଏହାଦ୍ୱାରା  ପ୍ରିୟ ଦେଶ ଏବଂ ଦେଶବାସୀଙ୍କ ମଧ୍ୟରେ ଥିବା ସମ୍ପର୍କ ଆହୁରି ଗଭୀର ହେବ ।

ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଲେଖିଥିଲେ, ଭାରତର ଜାତୀୟ ପତାକା ସ୍ୱତନ୍ତ୍ରତା ତଥା ରାଷ୍ଟ୍ରୀୟ ଏକତାର ଭାବନାର ଏକ ପ୍ରତୀକ । ସେ ସବୁ ଭାରତୀୟଙ୍କୁ ‘ହର ଘର ତିରଙ୍ଗା’ ୱେବସାଇଟରେ ନିଜ ଫଟୋ ଅପଲୋଡ କରିବା ପାଇଁ କହିଛନ୍ତି ।

ମୋଦିଙ୍କ ଏହି ଟୁଇଟକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳି ଯାଇଥିବା ଦେଖିବାକୁ ମିଳିଛି । ସ୍ୱାଧୀନତାର ଅମୃତ ମହୋତ୍ସବକୁ ଏହି ହର ଘର ତିରଙ୍ଗା ଅଭିଯାନ ଯେପରି ନୂଆ ଶକ୍ତି ଯୋଗାଇଛି । ଅଗଷ୍ଟ ୧୩ ତାରଖରୁ ୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଉଡାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.