Latest Odisha News

ଆସନ୍ତୁ ଜାଣିବା କଣ ପାଇଁ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ: ପୂର୍ବ କ୍ରିକେଟର ହରଭଜନ ସିଂ, ସୁରେଶ ରାଇନା, ଯୁବରାଜ ସିଂ ଓ ଗୁରକୀରଟ ମାନଙ୍କ ବିରୋଧରେ ଦିବ୍ୟାଙ୍ଗଙ୍କୁ ଅପମାନ କରିବା ନେଇ ଦିଲ୍ଲୀର ଏକ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ନ୍ୟାଶନାଲ ସେଂଟର ଫର ପ୍ରମୋଶନ ଅଫ ଏମ୍ପପ୍ଲୟେମେଂଟ ଫର ଡିସଏବଲ୍ଡ ପୀପୁଲର ନିର୍ଦ୍ଦେଶକ ଅରମାନ ଅଲୀ ଏହି ଅଭିଯୋଗ କରିଛନ୍ତି । ଇଂଲଣ୍ଡରେ ଅନୁଷ୍ଠିତ ଲିଜେଣ୍ଡ କ୍ରିକେଟ ଚାମ୍ପିୟନଶିପରେ ପାକିସ୍ତାନକୁ ହରାଇ ଭାରତ ଟାଇଟଳ ହାସଲ କରିଛି । ମ୍ୟାଚ ପରେ ହରଭଜନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଭିକ୍କି କୌଶଲ ଗାଇଥିବା ହୁସନ ତେରା ତୌବା ତୌବା ଗୀତରେ ହରଭଜନ, ଯୁବରାଜ ଓ ରାଇନା ଛୋଟେଇ ଛୋଟେଇ ଆସୁଥିବା ଦେଖିବାକୁ ମିଳିଥିଲା । ୧୫ ଦିନ ଖେଳିବା ପରେ ପୂରା ଶରୀର ତୌବା ତୌବା ହୋଇଯାଇଛି । ଏହି ଭିଡିଓ ଭାଇରାଲ ହୋଇଥିଲା ।

ଅବଶ୍ୟ କ୍ରିକେଟରମାନେ କୌଣସି ଉଦ୍ଦେଶ୍ୟ ନ ରଖି ମଜା ପାଇଁ ଏହା କରିଥିଲେ । ତେବେ ଏହାକୁ କେତେକ ୟୁଜର୍ସ ପସନ୍ଦ କରି ନ ଥିଲେ । ସେମାନେ ଏହାକୁ ବିରୋଧ କରିଛନ୍ତି । ହରଭଜନ ଏବେ କ୍ଷମା ମାଗିବା ସହ ଏହି ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି । ଏଥିରେ କାହାକୁ ଅପମାନିତ କରିବା ଆମର ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଛନ୍ତି । ଯଦି ଏହା କାହାର ମନକୁ ଆଘାତ ଦେଇଛି ଆମେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ । ପାରା ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ ଜିତିଥିବା ମନସୀ ଯୋଶୀ ମଧ୍ୟ ଏହା ଅପମାନଜନକ ବୋଲି କହିଥିଲେ ।

Comments are closed.